ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘର ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋଭିଡ ପରିପେକ୍ଷିରେ ଗଞ୍ଜାମ ଜିଲ୍ଲା ବସ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଭିଡ ନିୟମ ଅନୁସାରେ ଯାତ୍ରୀ ପରିବହନ କିପରି ସୂଚାରୁ ରୂପେ ସମ୍ପାଦନ ହୋଇପାରିବ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ସଭାପତି ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସମ୍ପାଦକ ସନ୍ତୋଷ କୁମାର ପତି, ସହ ସମ୍ପାଦକ୍ଷିଣ ସୁବାସ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ଅତୁନ୍ କୁମାର ବେହେରା, ଟୁଟୁ ପଟ୍ଟନାୟକ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା