ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପ୍ରକାରେ ସାଧାରଣ ଆଚରଣବିଧି, ସଭାସମିତି, ଶୈଭାଯାତ୍ରା, ଭୋଟ ପ୍ରର୍ଥନା ଓ ପ୍ରଚାର ଏହି ସମସ୍ତ କାର୍ଯ୍ୟରେ କୋଭିଡ୍ କଟକଣା ନିୟମକୁ ପାଳନ କରି ଅନୁଷ୍ଠିତ ହେବ । ଏତତ୍ ବ୍ୟତୀତ ନିର୍ବାଚନ ପରିଚାଳନା ଦାୟୀତ୍ବରେ ରହିଥିବା ସମସ୍ତ କର୍ମଚାରୀ ଏବଂ ଅଧିକାରୀବୃନ୍ଦ କୋଭିଡ୍ ନିୟମର କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଏଥି ସକାଶେ ଆଳି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଓସ୍କାନ୍‌ ହଲ ଠାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ ଯେ, ଚଳିତ ନିର୍ବାଚନ ଗଞ୍ଜାମ ଜିଲ୍ଲାରେ ୨୨ ଗୋଟି ବ୍ଲକରେ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ, ଯେମିତି ସମସ୍ତ ପର୍ଯ୍ୟାୟ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ । ଜିଲ୍ଲାର ୬୯ ଜିଲ୍ଲାପରିଷଦ, ୫୦୩ ସମିତିସଭ୍ୟ, ୫୦୩ ସରପଞ୍ଚ, ୭୦୯୯ ୱାର୍ଡ ମେମ୍ବର ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ୭୦୯୯ ଗୋଟି ପୋଲିଙ୍ଗ ଷ୍ଟେସନରେ ଭୋଟ୍ ସଂଗ୍ରହ କରାଯିବ । ଡିଜିଟାଲ ମାଧ୍ୟମରେ ସମସ୍ତ ରାଜନୈତିକ ଦଳ ପ୍ରଚାର କରିପାରିବେ ଓ କୌଣସି ବିଶୃଙ୍ଖଳା ହେଲେ ସ୍ଥାନୀୟ ପେଲିସ ଷ୍ଟେସନ କିମ୍ବା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ କହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଆଦର୍ଶ ଆଚରଣ ବିଧି ନିୟମମନି କାର୍ଯ୍ୟ କରାଯିବ ଓ ପ୍ରତିଦିନ ଏନ୍ଫୋର୍ସମେଣ୍ଟ କରାଯିବ । ବ୍ଲକ୍ ସ୍ତରୀୟ ପରିଚାଳନା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜ ସ୍ତରରେ ଆଲୋଚନା କରି ପରିଚାଳନା କରିବେ । ସମସ୍ତ ବୈଠକ ଗୁଡିକ କୋଠରୀରେ ନକରି ଖୋଲା ଅଞ୍ଚଳରେ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସମସ୍ତ ଦଳର ପ୍ରତିନିଧିଗଣ ୫ଜଣ ବ୍ୟକ୍ତିଙ୍କୁ ନେଇ ନିର୍ବାଚନ ପ୍ରଚାର କାର୍ଯ୍ୟ ପରିଚାଳନା କରିବେ । ନିର୍ବାଚନଟିକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ଦିଗରେ ଓ ଜିଲ୍ଲାର ସମସ୍ତ କର୍ମଚାରୀ ଗୋଟିଏ ଟିମ୍ ହୋଇ କାମ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲା ନିର୍ବାଚନ ପ୍ରର୍ଯ୍ୟବେକ୍ଷକ ତଥା ସ୍ୱତନ୍ତ୍ର ସଚିବ ମହେଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ, ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଗଞ୍ଜାମ ଜିଲ୍ଲାରେ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ଏବଂ ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ଆଦର୍ଶ ଆଚରଣ ବିଧି ନିୟମ ମାନି ପ୍ରଚାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ନିର୍ବାଚନ ପୂର୍ବରୁ ଟୋଲ ଫ୍ରି ନମ୍ବର ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ କହିଥିଲେ । ସେହିପରି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର କହିଥିଲେ ଯେ, ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧୁମାନଙ୍କୁ ନିର୍ବାଚନ ଯେପରି ସୁଚାରୁ ରୂପେ ଚାଲିବ ସେ ସକାସେ ସମସ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ଅନୁଯାୟୀ ସମସ୍ତ ନିୟମ କାନୁନ ମାନି ସୁଚାରୁ ରୂପେ ନିର୍ବାଚନ କରାଯିବ । କୌଣସି ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ଓ ସେଥିରେ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଚଳିତ ନିର୍ବାଚନ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ କୋଭିଡ୍ ଗାଇଡ୍ ଲାଇନ୍ ଅନୁପାଳନ କରି ପରିଚାଳିତ ହେବ । ନିର୍ବାଚନଟିକୁ ଅବାଧ, ମୁକୁ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଦିଗରେ ପୋଲିସ୍ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଥିଲେ । ବୈଠକରେ ଅତିରିକୁ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗୁରୁଭା ସିଂ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି କୀର୍ଷୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପଳ ରାଜେନ୍ଦ୍ର ମିଞ୍ଜ, ସମସ୍ତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣଙ୍କ ସମେତ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୂଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା