ତ୍ରିଧାରା ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ କଳା ପରିଷଦ, ବ୍ରହ୍ମପୁର ଠାରେ ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର, ଗଞ୍ଜାମର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସ୍ୱାଗତ ଭାଷଣ ଓ ପରିଚାଳନା କରିଥିଲେ । ଗଳ୍ପ ପୁସ୍ତକ ପାପୁଲି ରେଖାରେ ଥିବା ୧୬ଟି ଗଳ୍ପକୁ ନେଇ ଗଠିତ । କଥାକାର ସ୍ଵାଇଁଙ୍କ ଗଳ୍ପରେ ସମାଜିକ ସଚେଚନା ଓ ସଂପ୍ରାତିକ ଵିଷୟବସ୍ତୁ ଓ ଚରିତ୍ରକୁ ନେଇ ଲିଖିତ । ଏହାର “ଅପରିଚିତ କର୍ଣ୍ଣ “ଵେଶ ଚର୍ଚ୍ଚତ ଗଳ୍ପଟିଏ ଵୋଲି ସମୀକ୍ଷମାନେ ମତଵ୍ୟକ୍ତ କରିଥିଲେ । କଥାକାର ଲଳିତ ସ୍ୱାଇଁ କହିଥିଲେ ଯେ ସମୀକ୍ଷା କରିବା ଦ୍ୱାରା ନିଜର ଦୋଷତୃଟି ଜାଣି ହେଵ ଓ ସଂଶୋଧିତ ହୋଇପାରିବ । ଏଥିରେ କଥାକାର ଲଳିତ କୁମାର ସ୍ବାଇଁଙ୍କ ଗଳ୍ପ ପୁସ୍ତକ ପାପୁଲିରେ ଲୋକାର୍ପଣ ଓ ସମୀକ୍ଷା ହୋଇଥିଲା । ସଭାପତି ଉମାଚରଣ ମିଶ୍ର ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ସୁଶାନ୍ତ ଦାଶ ଉପ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ଵିଭାଗ ସମୀକ୍ଷକ ଡକ୍ଟର ଅଶୋକ କୁମାର ପଣ୍ଡା ଓଡିଆ ଵିଭାଗୀୟ ମୁଖ୍ୟ, ଶ୍ରୀଭରତପତି ମହାଵିଦ୍ୟାଳୟ, ସାମନ୍ତିୟାପଲ୍ଲୀ ଗଞ୍ଜାମ, ଡକ୍ଟର ପ୍ରଣବାନନ୍ଦ ପାଟଯୋଶୀ ଅଧ୍ୟାପକ ଇଂରାଜୀ ଵିଭାଗ, ହିଲଟପ ମହାବିଦ୍ୟାଳୟ ମୋହନା, ଗଜପତି ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନ କବିତା ପାଠର ସଭାପତି ଭାଵେ ଵିଘ୍ନେଶ୍ୱର ସାହୁ କାର୍ଯ୍ୟନୀର୍ବାହୀ ସମ୍ପାଦକ ପାକ୍ଷିକପତ୍ରିକା ସମଦୃଷ୍ଟି ଥିବାବେଳେ ସଂଯୋଜନା କରିଥିଲେ ସୌଦାମିନୀ ମିଶ୍ର ଓ ଲୋକନାଥ ନାୟକ, ଏଥିରେ ଵେଙ୍କଟବିହାରୀ ପ୍ରହରାଜ ଡକ୍ଟର ରଘୁନାଥ ପାଠୀ ଶର୍ମା, ଵନ୍ଦନା ପଣ୍ଡା, ଵଂଶୀଧର ସେଠୀ, ଇ. ପ୍ରଫୁଲ୍ଲ ତ୍ରିପାଠୀ, ଗାୟତ୍ରି ପାଣିଗ୍ରାହୀ, ଵୈଶାଳୀ ପାଣିଗ୍ରାହୀ, ତ୍ରିଲୋଚନ ଦାଶ, ଵିଜୟ ମିଶ୍ର ଆଦି ୪୦ରୁ ଅଧିକ କବି କବୟତ୍ରି ଯୋଗଦାନ କରିଥିଲେ । ମନୋଜ କୁମାର ପାଣିଗ୍ରାହୀ ଧନ୍ୟଵାଦ ଅର୍ପଣ କରିଥିଲେ ବୋଲି ତ୍ରିଧାରା ସାହିତ୍ୟ ସଂସଦ ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା