ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ପଚ୍ଛୁଆବର୍ଗ ଶ୍ରେଣୀରେ ସାମିଲ କରିବା ନିମନ୍ତେ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ଲୋକ ସମସ୍ତ ତେଲୁଗୁ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ପଚ୍ଛୁଆବର୍ଗ ଶ୍ରେଣୀରେ ସାମିଲ କରିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ମହାସଂଘ ଦାବୀ ଉପସ୍ଥାପନ କରିଛନ୍ତି । ପ୍ରାଥମିକ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ କୁଳ ସମାଜର ନେତ୍ତୃମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଙ୍କୁ ଭେଟି ନିଜର ନ୍ୟାର୍ଯ୍ୟ ଦାବୀ ମୁତାବକ ରେଡ୍ଡୀ ସମ୍ପ୍ରଦାୟର ଲୋକଙ୍କୁ ଓବିସି ତାଲିକାରେ ଭୁକ୍ତ କରିବାକୁ ଦାବୀ ଜଣାଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ସ୍ୱତନ୍ତ୍ରଭାବେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଦସ୍ତଖତ ଅଭିଯାନ ମାଧ୍ୟମରେ ସଂଗ୍ରହ ହୋଇଥିବା ଫର୍ଦ୍ଦ ସହ ସଂଲଗ୍ନ କରିଥିବା ଉକ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘ ତରଫରୁ ଛତ୍ରପୁର ତେରସ୍ଥାନ ତାଲୁକା ସହଯୋଗରେ ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଏକ ବିରାଟ ରାଲିରେ ବାହାରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମକୁ ନେତ୍ତୃବର୍ଗ ଗଣ ଜଣାଇଛନ୍ତି । ରେଡ୍ଡୀ ମହାସଂଘର ଆଇନ ପରାମର୍ଶ ଦାତା ଆଡ଼ଭୋକେଟ ସି.ଏଚ.ଜ୍ୟୋତି କୁମାରୀ, ଆଡ଼ଭୋକେଟ ଡ଼ି.ଆଦି ନାରାୟଣ ରେଡ୍ଡୀ, ଜିଲ୍ଲା ଉପଦେଷ୍ଟା ସାଲ କ୍ରିଷ୍ଣା ରେଡ୍ଡୀ, ଡ଼ି.ରାମସ୍ୱାମୀ ରେଡ୍ଡୀ, ପି.କାମରାଜୁ ରେଡ୍ଡୀ, ସି.ଏଚ.କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଯୋଗଦେଇ ଏହି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଜିଲ୍ଲା ସଂଗଠନର ମୁଖ୍ୟ ନେତ୍ତୃତ୍ୱଧାରୀ ଜିଲ୍ଲା ସଭାପତି ସି.ଏଚ. ଦୀଲେଶ ରେଡ୍ଡୀ, ଜିଲ୍ଲା-ସାଧାରଣ ସମ୍ପାଦକ ଆର.ଶ୍ରୀନିବାସ ରେଡ୍ଡୀ, ଛତ୍ରପୁର ତାଲୁକା ସଭାପତି ଏସ୍.କାନ୍ତା ରାଓ ସାଧାରଣ ସମ୍ପାଦକ ସି.ଏଚ.ପୂର୍ଣ୍ଣକୁମାର ରେଡ୍ଡୀ, ଛତ୍ରପୁର ଯୋନ-ଉପସଭାପତି ଏସ୍.ଦାଲେୟା ରେଡ୍ଡୀ, ସମ୍ପାଦକ ଡମ୍ବରୁ ରେଡ୍ଡୀ, ସୁବାଣୀ ତାଲୁକା ସଭାପତି ନାଗରାଜୁ ରେଡ୍ଡୀ, ମହୁରୀ ତାଲୁକା ସଭାପତି ସି.ଏଚ.ରାମଚନ୍ଦ୍ର ରେଡ୍ଡୀ, ସମ୍ପାଦକ ବେଣୁଗୋପାଳ ରେଡ୍ଡୀ, ଇନ୍ଦ୍ରାକ୍ଷୀ ତାଲୁକା ସଭାପତି ଵାଲାକ୍ରିଷ୍ଣା ରେଡ୍ଡୀ, ପୂର୍ଵଖଣ୍ଡତାଲୁକା ସଭାପତି କେ.ଲୋକନାଥ ପ୍ରଧାନ, ଖଲ୍ଲିକୋଟ (କ) ଏନ୍.ସୀମାଞ୍ଚଳ ରେଡ୍ଡୀ,ଖଲ୍ଲିକୋଟ (ଖ) ବିଜୟ ଚନ୍ଦ୍ର ପ୍ରଧାନ, ଦିଗପହଣ୍ଡି ସଭାପତି ନିରଞ୍ଜନ ରେଡ୍ଡୀ, ଏବଂ କୁଳସମାଜର ବିଭିନ୍ନ ତାଲୁକାରୁ ବହୁନେତ୍ତୃବର୍ଗ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉକ୍ତ ଦାବୀ ଜଣାଇବା ନିମନ୍ତେ ପହଞ୍ଚିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ତାଲୁକାର କର୍ଣ୍ଣଧାରୀଙ୍କ ସମେତ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ନେତ୍ତୃବର୍ଗ ଯୋଗଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଉପଲକ୍ଷେ ଏକ ଆନୁଷ୍ଠାନିକ ବୈଠକ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇ ବିଶଦ ଆଲୋଚନା ହୋଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା