ତୃଟିପୂର୍ଣ୍ଣ ଆବାସ ଯୋଜନାର ତାଲିକା ବିରୁଦ୍ଧରେ ବ୍ଲକ ଘେରିବ କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ଜଳେଶ୍ଵର ବ୍ଲକ ଦ୍ଵାରା ଆବାସ ଯୋଜନାରେ ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କର ଏକ ନୂଆ ତାଲିକା ପ୍ରକାଶ ପାଇଛି । ମାତ୍ର ଏହା କେବଳ ତୃଟିପୂର୍ଣ୍ଣ ନୁହଁ, ଅନେକ ପଞ୍ଚାୟତରେ ଦଳୀୟ ଭିତ୍ତିରେ ପ୍ରସ୍ତୁତ ହୋଇଛି । ଏହି ତାଲିକାରେ ଗୋଟିଏ ପରିବାରର ୩/୪ ଜଣଙ୍କ ନାମ ଥିଲାବେଳେ ଏମିତି ଗରିବ ପରିବାର ଏଥିରୁ ବଡ ପଡିଛନ୍ତି । ପ୍ରକାଶ ଥାଉକି, ପୂର୍ବର ଏସିସି ତାଲିକାରେ ଥିବା ଜଳେଶ୍ଵରର ୧୨୦୯ ଜଣ ଭୂମିହୀନ ଗରିବ ଲୋକ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ମିଳିନାହିଁ କି ଘର ମଧ୍ୟ ମିଳିପାରିନାହିଁ । ନୂତନ ତାଲିକାରେ ଅନେକ ଭୂମିହୀନ ମାନଙ୍କର ନାମ ନ ଥିବା ମଧ୍ୟ ଅତ୍ୟନ୍ତ ପରିତାପର ବିଷୟ । ଏହି ତୃଟିପୂର୍ଣ୍ଣ ଆବାସ ତାଲିକାକୁ ବିରୋଧ କରି ଓ ସମସ୍ତ ଘର ପାଇବାକୁ ଯୋଗ୍ୟ ପରିବାର ତଥା ଭୂମିହୀନ ମାନଙ୍କୁ ପକ୍କାଘର ଦେବା ପାଇଁ ଦାବି କରି ଆସନ୍ତା ଜୁଲାଇ ୧୯ ତାରିଖରେ ଜଳେଶ୍ଵର କଂଗ୍ରେସ ବ୍ଲକ ଅଫିସ ଘେରାଉ କରିବ ବୋଲି ଏକ ପ୍ରେସ ବିବୃତିରେ ଜଳେଶ୍ଵରର କଂଗ୍ରେସ ନେତା ତଥା ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ବ୍ଲକ ସଭାପତି ରାଜୀବ ପରିଡ଼ା, ଟାଉନ୍ ସଭାପତି ଗିରିଜା ଶଙ୍କର ଦାସ, କିଶlନ କଂଗ୍ରେସ ସଭାପତି ସୁଦାମ ପାତ୍ର ପ୍ରମୁଖ ଏକ ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି l

ରିପୋର୍ଟ : ଭୂପତି ପରିଡା