ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ବନ ମହୋତ୍ସବରେ ଖଲ୍ଲିକୋଟ କୋର୍ଟର ଅତିରିକ୍ତ ଜିଲ୍ଲା ଜର୍ଜ ନିବାସ ପ୍ରତିହାରୀ, ସବ ଜର୍ଜ ଅଲେଖ ଚନ୍ଦ୍ର ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଡ଼ିଓ ମିତାଲି ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସାର, ବ୍ଳକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ରେଞ୍ଜର ରଶ୍ମିତା ଜେନା, ପୂର୍ବତନ ସରପଞ୍ଚ ଭିକାରୀ ପାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ଗଛ ଲଗାଇବା ଦ୍ଵାରା ଆମର କଣ କଣ ଉପକାରିତା ହୁଏ ସେ ସମ୍ପର୍କରେ ବିସ୍ତ୍ରୁତ ଭାବେ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ହର୍ଷ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ବିଦ୍ୟାଳୟ ପରିସରରେ ଶହେ ଟି ଚାରାରୋପଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗଣେଶ ବିଶ୍ୱାଳ ଓ କଳା ଶିକ୍ଷକ ହରେକୃଷ୍ଣ ଦାସଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଏନ ପଲ୍ଲୀ ସିଆରସିସି ଅଜୟ କୁମାର ପାଣିଗ୍ରାହୀ, ପ୍ରକୃତି ବନ୍ଧୁ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା