ଜଳେଶ୍ଵର ବ୍ଲକ୍ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ଦରଦାମ ବୃଦ୍ଧି ପାଇଁ ଝାଞ୍ଜ ମାଡ଼ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ଲୋକଙ୍କ ଉପରେ ମହଙ୍ଗା ମାଡ ବିରୁଦ୍ଧରେ ଜଳେଶ୍ୱର କଂଗ୍ରେସ ଆଜି ଝାଞ୍ଜ ମାଡ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜଳେଶ୍ୱରର କଂଗ୍ରେସ ନେତା ତଥା ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆଜି ଜଳେଶ୍ଵର ବ୍ଲକ ଅଫିସ ସାମ୍ନାରେ ଶତାଧିକ କଂଗେସ କର୍ମୀ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆଁ ଦରବୃଦ୍ଧି ପ୍ରତିବାଦରେ ତଥା ଭୂମିହୀନ ମାନଙ୍କୁ ପଟ୍ଟା, ସମସ୍ତଙ୍କୁ ପକ୍କା ଘର, ଚାଷୀଙ୍କ ଧାନ କିଣିବା, କାଳିଆ ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ଆଦି ଦାବିରେ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପ୍ରତିବାଦ ଧାରଣାରେ ବସି ଝାଞ୍ଜ, ଝାଲୀ, ଖୋଳ, ଘଣ୍ଟା ଆଦି ବାଦନ କରିଥିଲେ । ପ୍ରକାଶ ଥାଉକି ସମ୍ପ୍ରତି ବିଜେପି ସରକାର କ୍ଷମତାକୁ ଆସିବା ପରଠୁ କ୍ରମାଗତ ଭାବରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ଅହେତୁକ ଭାବରେ ବୃଦ୍ଧି ପାଇ ଚାଲିଛି ! ଏପରିକି କରୋନା ମହାମାରୀ ସମୟରେ ତାଲାବନ୍ଦ ଯୋଗୁଁ ଲୋକଙ୍କ ଆର୍ଥିକ ଦୁର୍ଗତି ସମୟରେ ପେଟ୍ରୋଲ ୧୦୦ ଟଙ୍କା ପାର ହୋଇଥିଲା ବେଳେ ଡିଜେଲ ଦର ୧୦୦ ଟଙ୍କା ଛୁଇଁବାକୁ ବସିଲାଣି । ଏହାର ପ୍ରଭାବ ମଧ୍ୟ ଅନ୍ୟାନ୍ୟ ଜିନିଷ ପତ୍ର ର ଦାମ ଉପରେ ପଡୁଛି । ଫଳରେ ଲୋକେ ଆଜି ହନ୍ତସନ୍ତ । ଏହାର ପ୍ରତିବାଦରେ ଏଆଇସିସିର ଡାକରାରେ ଓ ପ୍ରଦେଶ କଂଗ୍ରେସ କମିଟିର ଡାକରାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ ସାମ୍ନାରେ ଏହି ପ୍ରରିପ୍ରେକ୍ଷୀରେ ବ୍ଲକ ସଭାପତି ରାଜୀବ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ନଗର କମିଟି ସଭାପତି ଗିରିଜା ଶଙ୍କର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପତ୍ର, ଗୋପାଲକୃଷ୍ଣ ଜେନା, ମଞ୍ଜୁଲତା ଦାସ, ରାଧାରାଣୀ ପାତ୍ର, ହେମନ୍ତ ଗିରି, ଯୁବ ନେତା ସବ୍ୟସାଚୀ ଦାସ, ମୋଡିନା ବିବି, ସୁଶାନ୍ତ ଜେନା, ସର୍ବେଶ୍ୱର ଦାସ, ବୁଲା ଗିରି, ମିହିର ଭୂୟାଁ, ଶ୍ରୀକାନ୍ତ ସିଂ, ଦୀପକ ପାତ୍ର ପ୍ରମୁଖ ଭାଷଣ ଦେଇ ବିଜେପି ଓ ବିଜେଡି ସରକାରଙ୍କ ଜନବିରୋଧୀ ନୀତିର ସମାଲୋଚନା କରିବା ସହିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଓ ଭୂମିହୀନ ମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା