ତାଲୁକ ସେବା କମିଟୀ ପକ୍ଷରୁ ଆଇନ୍ ସଚେନତା ଓ ମାତୃସ୍ତନପାନ ସପ୍ତାହ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତାଲୁ ଆଇନ୍ ସେବା ପକ୍ଷରୁ ଆଇନ୍ ସଚେତନତା ତଥା ବିଶ୍ୱ ସ୍ତନପାନ ସପ୍ତାହ ପାଳିତ ହୋଇ ଯାଇଛି । ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଡାକ୍ତରଖାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କମିଟିର ଅଧ୍ୟକ୍ଷା ତଥା ସବ୍ଜଜ୍ ଇନ୍ଦିରା ପ୍ରିୟଦର୍ଶନୀ ଉଦଘାଟନ କରିବା ସହିତ ଜଳେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ସ୍ତନପାନ ଲାଗି କେବିନ୍କୁ ମଧ୍ୟ ଲୋକାର୍ପିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଭାରପ୍ରାପ୍ତ ଅଧିକାରୀ ଡ. ଗଣେଶ ଚନ୍ଦ୍ର ପାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିରୂପେ ଇନ୍ଦିରା ପ୍ରିୟଦର୍ଶନୀ ଯୋଗ ଦେଇ ପ୍ରତ୍ୟେକ ଶିଶୁର ମାତ୍ର ସ୍ତନପାନ ଏକ ଅଧିକାର ବୋଲି ମତପ୍ରକାଶ କରିବା ସଂଗେ ସଂଗେ ସେମାନଙ୍କୁ ଏଥିରୁ ବଞ୍ଚିକ କରାଯିବା ଉଚତ୍ନୁହେଁ ବୋଲି ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ମମତା ଯୋଜନା ମଧ୍ୟରେ ଶିଶୁ ଓ ମା’ର ସ୍ୱାସ୍ଥ୍ୟକୁ ନିରୋଗ ରଖିବା ପାଇଁ ଚେଷ୍ଟା ଅବ୍ୟାହତ ରହିଛି ବୋଲି ସେ ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥିରୂପେ ସିଭିଲ ଜଜ୍ ଜୁନିୟର ମାମି ବେହେରା, ଜେଏମ୍ଏଫସି ନିତିଶା ଚଣ୍ଡକ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳର ଗରିବ ତଥା ବିଧବା ମହିଳମାନଙ୍କ ପାଇଁ ତାଲୁକ ଆଇନ୍ ସେବା ପକ୍ଷରୁ ବିଭିନ୍ନ ପ୍ରକାର ଆଇନ୍ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥିରୂପେ ଏସ୍ଡିପିଓ ସୁଦର୍ଶନ ଦାସ ଯୋଗ ଦେଇ ବିଭିନ୍ନ ଆଇନ୍ ସଂପର୍କରେ ବର୍ଣ୍ଣନା କରିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ କରିଥିଲେ । ଜଳେଶ୍ୱର ରୋଟାରୀ କ୍ଲବର ସଭାପତି ସୁରେଶ କୁମାର ସାହୁ, ସହ ସଂପାଦିକା ଡ. ଦିପ୍ତିମୟୀ ମହାପାତ୍ର ଏହି ଅବସରରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରୋଟାରିଆନ୍ ସୁବ୍ରତ କୁମାର ରଣା, ପ୍ରବୀର କୁମାର ପ୍ରଧାନ, ଲକ୍ଷ୍ମୀଧର ହାଁସଦା, ସତ୍ୟସୁନ୍ଦର ଦାସ, ରାଜେଶ ଖଟୁଆ, ଭାଷ୍କର ରଂଜନ ସ୍ୱାଇଙ୍କ ସମେତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ. ଦିଲ୍ଲିପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା