ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ଟ୍ରାକ୍ଟର : ଅଳ୍ପକେ ବତ୍ତିଲେ କର୍ମଚାରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସୌରାତରୁ ରାତିରେ ଚୋରାରେ ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଜାଣି ଆଜି ଭୋର ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକ ଚଢାଉ ଲାଗି ଘଟଣାସ୍ଥଳକୁ ଯାଉଥିଲେ । କିନ୍ତୁ ଏକ ଚଳନ୍ତା ଟ୍ରାକ୍ଟର ଗଡି ଆସି ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା । ଏଥିରେ ରାଜସ୍ୱ ବିଭାଗର କର୍ମଚାରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜଳେଶ୍ୱରର ତହସିଲ ଅଧିନ ସୁବର୍ଣ୍ଣରେଖାର ୨୩ଟି ବାଲି ସୈରାତ ରହିଛି । ଏଥିରୁ ବହୁ ସୈରାତ ନିଲାମ ହୋଇ ନାହିଁ । ଫଳରେ ବ୍ୟାପକ ବାଲି ଚୋରାରେ ଚାଲାଣ ହୋଇ ଆସୁଛି । ପ୍ରତିଦିନ ରାତିରେ ଏପରି ଚାଲାଣ ହୋଇ ଆସୁଥିବାର ଜଳେଶ୍ୱର ତହସିଲଦାରଙ୍କ ଠାରେ ଲିଖିତ ଅଭିଯୋଗ ହୋଇ ଆସୁଥିଲା । ତେଣୁ ସେ ଆଜି ନିଜ ଗାଡିରେ ସୁବର୍ଣ୍ଣରେଖା ନଦୀର ଶିଖରପୁରସ୍ଥିତ ସେତୁ ନିକଟରେ ପହଞ୍ଚିଥିଲେ । ତାଙ୍କ ଗାଡି ସେତୁ ଉପରକୁ ଉଠିବା ପୂର୍ବରୁ ଚୋରାବାଲି ଚାଲାଣ କରୁଥିବା ଟ୍ରାକ୍ଟର ଡ୍ରାଇଭର ମନରେ ଛନକ ପସିଥିଲା । ସେମାନେ ଚଳାନ୍ତା ଗାଡିକୁ ଛାଡି ପଳାଇ ଯାଉଥିବା ବେଳେ ଗୋଟିଏ ଟ୍ରାକ୍ଟର ତହସିଲଦାରଙ୍କ ଗାଡି ଆଡକୁ ମାଡି ଆସିଥିଲା । ଲୋକେ ପାଟିତୁଣ୍ଡ କରିବାକୁ ତହସିଲଦାରଙ୍କ ଗାଡି ରାସ୍ତାକଡରେ ଅଟକି ଥିଲେ ମଧ୍ୟ ଟ୍ରାକ୍ଟରଟି ଆସି ଧକ୍କା ଦେଇଥିଲା ଫଳରେ ତହସିଲଦାରଙ୍କ ଗାଡି ଭାଙ୍ଗିରୋଜି ଯାଇଛି । ଦୁର୍ଘଟଣାରୁ ତହସିଲଦାର ଶ୍ରୀ ମଲ୍ଲିକ, ନାମ୍ପୋ ଆର୍‌ଆଇ ଦିଲ୍ଲିପ ଚାନ୍ଦ ଓ ଅନ୍ୟ ୨ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତିଛନ୍ତି । ଏପରି ଉଦ୍ଦେଶ୍ୟମୂଳକ ଦୁର୍ଘଟଣା ଭିଆଇଥିବା ବାଲିମାଫିଆଙ୍କ ସଂପର୍କରେ ଜଳେଶ୍ୱରରେ ଆଲୋଚନା ହେଉଛି । ଚୋରାବାଲି ରୋକିବା ଲାଗି ସ୍ଥାନୀୟ କମକର୍ତ୍ତାଙ୍କୁ ବାଦ୍‌ଦେଇ ଜିଲାସ୍ତରୀୟ ଟାକ୍‌ଓଫୋର୍ସ ଗଠନ କରିବାକୁ ଦାବି ହେଉଛି । ପ୍ରକାଶଯୋଗ୍ୟ ତହସିଲଦାରଙ୍କ ଗାଡି ନଂ ଓଡି୦୧ୱାଇ୩୮୨୨ ହୋଇଥିବା ବେଳେ ଟ୍ରାକ୍ଟରର ନମ୍ବର ଓଡି୦୧ୱାଇ୩୯୧୬ ବୋଲି ଜଣାପଡିଛି ।

ରିପୋର୍ଟ : ଭୂପତି ପରିଡା