କିଷାନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ଆତ୍ମହତ୍ୟା କରିଥିବା କୃଷକ ପରିବାରକୁ ୨୦ଲକ୍ଷ ଦାବୀ : ବ୍ଲକ କମିଟି ଘୋଷିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର କିଷାନ କଂଗ୍ରେସର ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଅନ୍ୟତମ ଭାତହାଣ୍ଡି କୁହାଯାଉଥିବା ଜଳେଶ୍ୱରରେ କୃଷକର ବହୁବିଧ ସମସ୍ୟା ସମାଧାନ ହୋଇ ପାରୁନଥିବାରୁ ଜନୈକ କୃଷକର ଆତ୍ମହତ୍ୟା ଜନୀତ ଘଟଣାପରେ ସରକାର କିମ୍ବା ସରକାରୀ କଳର କୌଣସି ପ୍ରତିକ୍ରିୟା ନାହିଁ । ବରଂ କଂଗ୍ରେସ ପକ୍ଷରୁ ଏପରି ସମବେଦନା ଘଟଣାରେ କୃଷକର ପରିବାରକୁ ୨୫ ହଜାର ଟଙ୍କା ସହାୟତା କରାଯାଇଥିବା ବେଳେ ଚକଡା କ୍ଷତିଗ୍ରସ୍ତ ଚାଷୀଙ୍କୁ ପର୍ଯ୍ୟପ୍ତ ବିହନ, ସାର ଓ କୀଟନାସକ ଯୋଗାଇ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ଅନ୍ୟଥା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛି । ନଭେମ୍ବର ୧୫ ତାରିଖରେ ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁହା ପଂଚାୟତର ଶାଳିକୋଠା ଗ୍ରାମର ଲକ୍ଷ୍ମିଧର ଜେନା ବିଷପିଇ ଆତ୍ମହତ୍ୟା କରିଛନ୍ତି । ସମବାୟ ସମିତି ଓ ଗ୍ରାମୀଣ ଋଣ ପରିଶୋଧ ନ କରିପାରିବା ଅବସ୍ଥା ଉପୁଜିଥିବା ଆତ୍ମହତ୍ୟା କରିଥିବା ସୂଚନା ଦିଆଯାଇଛି । ଆଜି ମୃତ କୃଷକଙ୍କ ଏକାଦଶହ ଥିବାରୁ କଂଗ୍ରେସର ଏକ ୫ଜଣିଆ ଟିମ୍ କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ରଙ୍କ ନେତୃତ୍ୱରେ ଘଟଣାସ୍ଥଳକୁ ଯାଇଥିଲେ । ସେଠାରୁ ଫେରି ଆଜି ସାମ୍ବାଦିକ ସମ୍ମିଳନୀରେ ତା ପରିବାରକୁ ସ୍ଥାନୀୟ କୃଷି ଅଧିକାରୀ କିମ୍ବା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ନ ଯିବା କିମ୍ବା ତଦନ୍ତ କରାନଯିବାରୁ କଂଗ୍ରେସ କ୍ଷୋଭ ପ୍ରକାଶ ଖରିଛ । ତା ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ କେବଳ ଲକ୍ଷ୍ମୀନାରାୟଣ ଜେନା ନୁହନ୍ତି , ଶହ ଶହ ଚାଷୀଙ୍କ ଖରିଫ ଧାନଚାଷ ବନ୍ୟା ଓ ଚକଡାପୋକ ଦାଉରେ କ୍ଷତି ହୋଇଥିବାରୁ ଏ ସମ୍ପର୍କରେ ବିଶେଷ ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ରିହାତି ଦରରେ ବିହନ, ସାର, ଓ କୀଟନାସକ ଯୋଗାଇ ଦେବାକୁ ଦାବି କରିଛନ୍ତି । ଅନ୍ୟଥା କଂଗ୍ରେସ ରାଜରାସ୍ତାରକୁ ଯିବବୋଲି ପ୍ରକାଶ କରିଛି । ଏହି ସମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ବ୍ଲକ ସଭାପତି ରାଜୀବ ପରିଡା, ଟାଉନ୍ ସଭାପତି ଗିରିଜା ଶଂକର ଦାସ, ଜିଲା ସଂପାଦକ ହେମନ୍ତ ଗିରି ଓ କୋଷାଧ୍ୟକ୍ଷ ତ୍ରିଲୋଚନ ଦାସ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଜଳେଶ୍ୱର ବ୍ଲକରୁ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଯାଇଥିବା ବ୍ଲକ କମିଟି ଅନୁମୋଦନ ଲାଭ କରିଥବାରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବ୍ଲକ ଉପସଭାପତିଭାବେ ଗୌରାଙ୍ଗ ମହାପାତ୍ର, ମଧୁସୂଦନ ଗାନ୍ଧି, ଖଗେନ୍ଦ୍ର ସାମଲ, ଚିତ୍ତରଂଜନ ପରିଡା, ମଣିତୋଷ କାମିଳା, ବିଭେୂତି ନନ୍ଦି, ସାଧାରଣ ସଂପାଦକଭାବେ ନୟନ ପାଠୀ, ଗୋପାଳକୃଷ୍ଣ ଜେନା, ଲକ୍ଷ୍ମୀଧର ଗିରି, କ୍ଷିତିଶ ଦେ, ମନୋଜ ପରିଡା, ବୁଦ୍ଧେଶ୍ୱର ପ୍ରଧାନ, ଦୀପାଳି ଜେନା, ମଦିନା ବିବି ଓ ଶ୍ରୀକାନ୍ତ ସିଂଙ୍କ ମନୋନୀତ କରାଯାଇଛି । ସଂପଦକଭାବେ ଉମାଶଂକର ମହାପାତ୍ର, ଦୀନକୃଷ୍ଣ ପ୍ରଧାନ, ଅଂଜଳି ବେହେରା, ସୁରେଶ ମହନ୍ତ, ଅମର ଘୋଷାଲ, ରିନ୍ଦ୍ର ପାଣିଗ୍ରାହୀ, ଚନ୍ମୟ ଦାସମହାପାତ୍ର, ଅଜିତ୍ ସେଠୀଙ୍କ ନାମ ଘୋଷଣା କରାଯାଇଥିା ବେଳେ କୋଷାଧ୍ୟକ୍ଷଭାବେ ତ୍ରିଲୋଚନା ଦାସ ଅଧିକାରୀଙ୍କ ନାମ ଘୋଷିତ ହୋଇଛି । ଧାନକଟା ଆରମ୍ଭ ହୋଇଥିବାରୁ ଧାନକ୍ରୟ ଲାଗି ଅତିଶୀଘ୍ର ମଣ୍ଡି ଖୋଲାଯିବା ଓ ଏମ୍‌ଏସ୍‌ପିୁକୁ ଆଇନ୍‌ରେ ପରିଣତ କରାଯିବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି ପରିଡା