ତେଲୁଗୁଦେଶମ୍ ପାର୍ଟିର ଏନ ହରିକ୍ରିଷ୍ଣାଙ୍କ ଦ୍ବାଦଶଉତ୍ସବ ଅନୁଷ୍ଠିତ

ହାଇଦ୍ରାବାଦ :ହାଇଦ୍ରାବାଦର ଏନ୍ଟିଆର ଭବନରେ ହରିକୃଷ୍ଣଙ୍କ ଦ୍ୱାଦଶ ଉପଲକ୍ଷେ ଏକବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ତେଲୁଗୁଦେଶମ ପାର୍ଟିରସମସ୍ତ ବରିଷ୍ଠ ନେତାମାନେ ଯୋଗଦେଇଥିଲେ ।ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁ ଯୋଗଦେଇ ଉପସ୍ଥିତ କର୍ମୀମାନଙ୍କୁ ସମ୍ବୋଧନ କରିଥିଲେ ।ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହାଇଦ୍ରାବାଦର ଏହି ଏନ୍ଟିଆର ଭବନରେ ପାଖାପାଖି ଦଶହଜାରରୁ ଅଧିକ କର୍ମୀ ଯୋଗଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଯୋଗଦେଇ ହରିକୃଷ୍ଣଙ୍କ ଅମର ଆତ୍ମାର ସଦ୍ଗତିକାମନା କରିଥିଲେ ।