ପିପିଲି ଟୋଲ ଗେଟରେ୨ହଜାର ଟଙ୍କିଆ ନୋଟ ପାଇଁ କଥା କଟାକଟି ..

ଭୁବନେଶ୍ୱର (ସମୃଦ୍ଧ ଓଡିଶା)କେନ୍ଦ୍ର ସରକାର ତଥା ରିଜର୍ଭ ବ୍ୟାଙ୍କ ଦୁଇ ହଜାର ଟଙ୍କା ଆଗାମୀ ସେପ୍ଟେମ୍ବର ୩o ଯାଏଁ ପ୍ରଚଳନ ହୋଇପାରିବ ବୋଲି ଘୋଷଣା କରିଥିବା ବେଳେ ବିଭିନ୍ନ ସ୍ଥାନରେ ଏହାକୁ ନେଉ ନାହାନ୍ତି ଏପରିକି ଅଳ୍ପ ଦିନ ତଳେ ଦିଲ୍ଲୀ ଟୋଲଗେଟରେ ଏହି ଟଙ୍କା ନ ନେବାରୁ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା ଓ ଟୋଲ ଗେଟ ଵାଲା ଟଙ୍କା ଗ୍ରହଣ କରିଥିଲା । ଆଜି ଠିକ ସେହିଭଳି ଏକ ଘଟଣା ଘଟିଛି ପିପିଲି ଟୋଲ ଗେଟରେ । ପୂର୍ବତନ ମୂଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ, ଦୁଇ ଦୁଇ ଥର ସାଂସଦ ପୁଣି ଧରିତ୍ରୀ ଭଳି ଦୈନିକ ପତ୍ରିକାର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ ପିପିଲି ଟୋଲ ଗେଟରେ ୨ ହଜାର ଟଙ୍କିଆ ନୋଟ ବଦଳ ପାଇଁ କି ଭଳି ନିଜ ପରିଚୟ ଦେଲେ ମଧ୍ୟ ସେମାନେ ଟିକିଏ ବି ସମ୍ମାନ ଦେଉ ନାହାନ୍ତି ଏବଂ ଖୋଲାଖୋଲି ଟଙ୍କା ନେବାକୁ ମନା କରୁଛନ୍ତି ଭିଡିଓରେ ଦେଖନ୍ତୁ । ଆଉ ସାଧାରଣ ଲୋକ କିଭଳି ହଇରାଣ ହୋଉଥିବା ଚିନ୍ତା କରନ୍ତୁ ।

ରିପୋର୍ଟ : ପ୍ରଭାତ କୁମାର ବେହେରା