ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ଯବାନଙ୍କ ପରଲୋକ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରରେ କାର୍ଯ୍ୟରତ ତଟରକ୍ଷୀ ବାହିନୀର ଯବାନଙ୍କ ଦେହାନ୍ତ ହୃଦଘାତରେ ଦେହାନ୍ତ ଘଟିଛି । ତଟରକ୍ଷୀ ବାହିନୀରେ ଆର ଏନ୍ ପି ଭାବେ କାର୍ଯ୍ୟରତ ଡି.ଅଭିନାଶ ରେଡି ଗତକାଲି ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରଠାରେ ମୃତ୍ୟୁ ଘଟିଛି । ସହିଦ୍ ଡି ଅଭିନାଶ ରେଡିଙ୍କ ଘର ଵ୍ରହ୍ମପୁର ଲାଞ୍ଜିପୁଲ୍ଲୀ ନିକଟସ୍ଥ ଉମାନଗର ଅଷ୍ଟମ ଲାଇନ୍ ରେ ବୋଲି ଜଣା ପଡିଛି । ସେ ୩୦ ତାରିଖରେ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରଠାରେ କାର୍ଯ୍ୟରତ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ , ସେଠାରେ ଅଚେତ ହୋଇପଡ଼ିଥଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଇଥିଲା । ସହିଦ୍ ଡି ଅଭିନାଶ ରେଡି ମୃତ ଶରୀର ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ର ଠାରୁ ବ୍ରହ୍ମପୁରସ୍ଥିତ ତାଙ୍କ ଭବନକୁ ଅଣାଯାଇଛି। ସେଠାରେ ତାଙ୍କୁ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ର ଏବଂ ଆଇ ଏନ୍ ଏସ ଚିଲିକାରୁ ଆସିଥିବା ତଟରକ୍ଷୀ ବହିନୀଙ୍କ ଦ୍ଵାରା ଗାର୍ଡ ଅପ୍ ଅନର୍ ଦିଆଯାଇି, ଲାଞ୍ଜିପାଲି ସଂସ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେ ଡି ରମେଶ ରେଡି ଏବଂ ଡି ଅର୍ଚ୍ଚନା ରେଡ୍ଡୀଙ୍କ ସୁ-ପୁତ୍ର ଥିଲେ। ସେ ଗତ ଦେଢବର୍ଷ ହେବ ଡି ପୂଜା ରେଡିଙ୍କୁ ବିବାହ କରିଥିଲେ। ପାରିବାର ଏକମାତ୍ର ରୋଜଗାରିଆ ପୁତ୍ର ଚାଲିଯିବା ଦୁଃଖରେ ପରିବାର ଲୋକେ ବର୍ତ୍ତାମନ୍ ଭାଙ୍ଗିପଡ଼ିଛନ୍ତି। ବ୍ରହ୍ମପୁରରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ ।