ତକ୍ଷଶିଳା ଆବାସିକ ବିଦ୍ୟାଳୟର ୨୩ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ସଂସ୍କୃତି, ପରମ୍ପରା, ମାଟି ମା ମାତୃଭାଷା ଓ ଦେଶ କୁ ଭଲ ପାଇବା ସୁନାଗରିକ ସୃଷ୍ଟି କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ବ।ହେଲେ ଏପରି ଭଲ ମଣିଷ ତିଆରି କରିବାର ମୁଖ୍ୟ ଭୂମିକା ମା ଓ ବିଦ୍ୟାଳୟ ନେଇଥାନ୍ତି।ଶିଶୁର ସର୍ବ ଶ୍ରେଷ୍ଟ ଗୁରୁ ନିଜର ମା ଓ ପରେ ପ୍ରାଥମିକ ବିଦ୍ୟାଳୟ ଏଣୁ ଭଲ ନାଗରିକ ତିଆରି କରିବା ନିମନ୍ତେ ଏମାନେ ଯତ୍ନବାନ ହେବାଉଚିତ ବୋଲି ଗତକାଲି ଅଙ୍କୁଶପୁର ସ୍ଥିତ ତକ୍ଷଶିଳା ଆବାସିକ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ବଜରଙ୍ଗିଲାଲ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉସବରେ ମୁଖ୍ୟ ଅତିଥିଭାବେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଆଧୁନିକ ଶିକ୍ଷା ପ୍ରଣାଳୀ ସହ ସଂସ୍କୃତି ଓ ସଂସ୍କାର ମୂଳକ ଶିକ୍ଷା ପ୍ରଦାନ କରି ସୁନାମ ଅର୍ଜନ କରିଥିବା ତକ୍ଷଶିଳା ବିଦ୍ୟାଳୟ କୁ ପ୍ରସଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ କୁକୁଡ଼ା ଖଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷ ପ୍ରସାଦ ପାତ୍ର ଶିକ୍ଷା ପଦ୍ଧତି କୁ ପ୍ରଶଂସା କରିଥିଲେ। ବିଶିଷ୍ଟ ସମାଜ ସେବୀ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ପ୍ରଭୁ ଶ୍ରୀରାମ ଙ୍କ ଆଶ୍ରିବାଦ ରେ ତାଙ୍କ ପରି ମାତା ପିତା ଓ ଗୁରୁ ଙ୍କୁ ଭକ୍ତି ସହ ଉପକୁକ୍ତ ନାଗରିକ ହୋଇ ବିଦ୍ୟାଳୟ ଓ ନିଜ ଅଞ୍ଚଳର ସୁନାମ ଅର୍ଜନ କରିବା ନିମନ୍ତେ ପରାମର୍ଶ ଦେବାସହ ବିଦ୍ୟାଳୟର ଉନ୍ନତ ମାନର ଶିକ୍ଷା ସହ ଅନ୍ୟାନ୍ୟ ସାଂସ୍କୃତିକ, କ୍ରୀଡା କାର୍ଯ୍ୟକ୍ରମକୁ ପର୍ସଂଶା କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ୨ୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ଏଓ ଲେଫ୍ଟେଣ୍ଟ କର୍ଣାଲ ଶ୍ରୀ ଗୌରବ ଜୟ ସିଂହ ବିଦ୍ୟାଳୟ କୁ ପ୍ରସଂଶା କରିଥିଲେ।ଜିଲ୍ଲା ପରିଷଦ ଜୋନ 10 ସଭ୍ୟା ଶ୍ରୀମତୀ ଭାରତୀ ନାୟକ, ସମିତି ସଭ୍ୟ ଶ୍ରୀ ସୁରେଶ ସେଠି, ସ୍ଥାନୀୟ ସରପଞ୍ଚ ଶ୍ରୀ ମୁରଲୀ ସେଠି,ବିଦ୍ୟାଳୟ ସମ୍ପାଦକ ଶ୍ରୀ ପବନ କୁମାର ଚୌଧୁରୀ ଓ ନିର୍ଦ୍ଦେଶକ ଶ୍ରୀ ରବିଶଙ୍କର ଚୌଧୁରୀ, ସିନିୟର୍ ସେକଣ୍ଡରି ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ପାଢ଼ୀ, ପ୍ରଧାନ ଶିକ୍ଷକ ଶ୍ରୀ ନାଗେଶ୍ବର ରାଓ ପ୍ରମୁଖ ମଞ୍ଚାସିନ ଥିଲେ। ଶ୍ରୀ ରବିଶଙ୍କର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅନୁଷ୍ଠିତ ଉତ୍ସବ ରେ ପ୍ରଧାନ ଶିକ୍ଷକ ଶ୍ରୀ ରାଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହକାରି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କଳ୍ପନା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଉଚ୍ଚ କୋଟିର ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ଓ ଦର୍ଶକ ଙ୍କ ମନ୍ ମୋହୋଥିଲା। କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍ମୃତ କରାଯାଇଥିଲା,ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ପରିଚାଳନାରେ ସହୋଯୋଗ କରିଥିଲେ।

ରିପୋର୍ଟ : ସୁଶାନ୍ତ ସାବତ