କୃଷ୍ଣଲୀଳା ସାଧକ ଗୋପୀନାଥ ସ୍ୱାଇଁ ଙ୍କୁ ପଦ୍ମଶ୍ରୀ ପୁରସ୍କାର

ଶେରଗଡ଼(ସମୃଦ୍ଧଓଡିଶା)ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ମାଗିତି ସ୍ୱାଇଁ ଓ ସ୍ବର୍ଗତ ହାଡ଼ି ସ୍ୱାଇଁ ଙ୍କ ସୁପୁତ୍ର କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁ ବୟସ ୧୦୬ ଅନବରତ ସାଧନା ବଳରେ ଆଜି ବି ସେ ୧୨ ଘଣ୍ଟା କୃଷ୍ଣଲୀଳା ଗାଉଛନ୍ତି । ଏହା ଆମ ପାଇଁ ଓ ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ର ବିଷୟ ସେ ପଦ୍ମଶ୍ରୀ ପୁରସ୍କାର ପାଇବେ। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ପିଲାଟି ଦିନରୁ କଳା ପ୍ରତୀ ତାଙ୍କର ଦୁର୍ବଳତା ରହିଥିଲା, ସେ ଜିଲ୍ଲା ର ୩୦ ଟି ଗ୍ରାମରେ କୃଷ୍ଣଲୀଳା ନାଟକ ଶିକ୍ଷା ପ୍ରଦାନ କରିଛନ୍ତି।ଅଭିନୟ ସାଙ୍ଗରେ କୃଷ୍ଣଲୀଳା କୁ ଛନ୍ଦ ଓ ରାଗ ରାଗିଣୀ ସହ ଗାଇ ଆଜି ମଧ୍ୟ ଲୋକଙ୍କୁ ମୁଗ୍ଧ କରିପାରୁଛନ୍ତି। ପୁରାତନ ଓ ଆଧୁନିକ ସଙ୍ଗୀତ ମଧ୍ୟରେ ସମନ୍ଵୟ ରକ୍ଷାକରି କଳା ସାଧନ କରିବା ହେଉଛି ତାଙ୍କରି ବିଶେଷତ୍ ।ଆଜି ପୁଣିଥରେ ଗଞ୍ଜାମ ର କଳା ଜାତୀୟ ସ୍ତରରେ ପ୍ରଶଂସିତ ହେବ ତେଣୁ ସ୍ଥାନୀୟ ଅଅଂଚଳରେ ଖୁସିର ଲହରୀ ଖେଳିଯାଇଛି।


ରିପୋର୍ଟ -ରଜତ ପଟ୍ଟନାୟକ