ଢେଙ୍କାନାଳ ଡ଼ଃ ଦାଶରଥି ମିଶ୍ର ହାଇସ୍କୁଲରେ ଗାନ୍ଧୀଜୟନ୍ତୀ ଅବସରରେ ସ୍ୱଛଭାରତ ଅଭିଯାନ

ଢେଙ୍କାନାଳ(ଶୁଭମ ପାଣି) ଢେଙ୍କାନାଳ ପୌରାଞ୍ଚଳର ଡ଼ଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଓ ଶାସ୍ତ୍ରୀଜୟନ୍ତୀ ପାଳନ ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିତ ଭବାନୀ ଶଙ୍କର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ଗାନ୍ଧିଜୀଙ୍କ ଭଳି ସାଧାରଣରୁ ଅସଧାରଣରେ ପହଂଚିବାପାଇଁ ନିଷ୍ଠାର ଆବଶ୍ୟକତା ରହିଛିବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ସମାଜସେବୀ ତଥା ବରିଷ୍ଠ ନାଗରିକ ମଞ୍ଚର ଆବାହକ ପ୍ରଶାନ୍ତ ମିଶ୍ର ଗାନ୍ଧିଜୀଙ୍କ ମଦବିରୁଦ୍ଧ ଅଭିଯାନ, ଜାତିପ୍ରଥା ର ବିଲୋପ, ପରିମଳ ବ୍ୟବସ୍ଥାକୁ ସୁଧାରିବା ଉପରେ ତାଙ୍କର ଆଦର୍ଶ ଭୂମିକାକୁ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆଇନଜୀବୀ ଶୁଭେନ୍ଦୁ ମହାପାତ୍ର ପରିବେଶ ସ୍ୱଛତା ରଖିଲେ କିପ୍ରକାର ଲାଭମିଳେ ବୁଝାଇଥିଲେ । କମିଟି ସଭ୍ୟ ମନୋଜ ମିଶ୍ର ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । କାମାକ୍ଷୀ ନଗର ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପରମାନନ୍ଦ ବେହେରା ଯୋଗଦେଇ ଏକତା ହିଁ ବଳ ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱଛଭାରତ ଓ ଗାନ୍ଧିଜୀ ଶୀର୍ଷକ ଉପରେ ଆଧାରିତ ରଚନାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । କୁନୀବିଶ୍ଵାଳ ପ୍ରଥମ, ଶୁଚିସ୍ମିତା ନାଥ ଦ୍ଵିତୀୟ ଓ ସୁମିତ୍ରୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ଶିକ୍ଷୟତ୍ରୀ ସରଳ ସାହୁ ୟୁକୋ କ୍ଳବ ଉପରେ ପିଲାଙ୍କୁ ସୂଚନା ଦେଇଥିଲେ । ଶିକ୍ଷକ ସୁଶୀଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।