ଢେଙ୍କାନାଳ ଜିଲ୍ଲା ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ

ଢେଙ୍କାନାଳ (ଶୁଭମ ପାଣି) ଗଁଦିଆ ବ୍ଲକ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ନେତୃତ୍ୱରେ ଗାନ୍ଧିଜୀଙ୍କ ବିଭିନ୍ନ ଲୋକହିତକର କାର୍ଯ୍ୟକୁ ଛାତ୍ରମାନଙ୍କ ଦ୍ୱାରା ଅନୁକରଣ କରାଯାଇଥିଲା । ପ୍ରଭାତ ଫେରୀ, ଗ୍ରାମପରିକ୍ରମା, ରାମ ଧୂନ ଗାନ ଆଦି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିଲା । ନିକଟରେ ଥିବା ୟୁକୋ ବ୍ୟାଙ୍କ ପରିସରକୁ ନିଜେ ପ୍ରଧାନ ଶିକ୍ଷକ ସଫାକରି ଛାତ୍ରଛାତ୍ରୀ ମାନଙ୍କୁ ଅନୁକରଣ କରିବାକୁ କହିଥିଲ । ବକୃତା ପ୍ରତିଯୋଗିତାରେ ସୁଭଦ୍ରା ଷଢଙ୍ଗି, ଅଙ୍କିତା ରଞ୍ଜନ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ଶାନ୍ତିଲତା ଦାଶ, ମମତା ଦେହୁରୀ, ନାମିତା ସାହୁ, ସଂଜ୍ଞା ସାଗରିକ ସ୍ୱାଇଁ ପ୍ରମୁଖ ସହୋଯୋଗ କରିଥିଲେ । ଶ୍ରୀୟା ଶୁଚିସ୍ମିତା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।