ଡକାୟତି ଯୋଜନା ପଣ୍ଡ : ୭ଗିରଫ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କଳିଙ୍ଗା ଘାଟିରେ ଦୁର୍ବୃତ୍ତ ମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ବେଳେ ଗତକାଲି ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ଅତର୍କିତ ଭାବରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି ଓ ଏଥିରେ ଜଡିତ ଅନ୍ୟ ଦୁଇଜଣ ଫେରାର ଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତ ମାନେ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବୋଲି ଜଣାପଡିଛି । ଚଢ଼ାଉ ବେଳେ ପୋଲିସ ସେମାନେଙ୍କୁ ଠାରୁ ୪ଟି ଜୀବନ୍ତ ବୋମା, ଲଙ୍କାଗୁଣ୍ଡ, ୨ଟି ଖଣ୍ଡା, କିଛି ମଦ ବୋତଲ ଏବଂ ଅନ୍ୟାନ୍ୟ କେତେକ ମାରଣାସ୍ତ୍ର ଜବତ କରିଛି । ପ୍ରକାଶ ଯେ ବେଶ କିଛି ଦିନ ହେବ ଗଂଜାମ – କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଲୁଟେରାଙ୍କ କାଯ୍ୟକଳାପ ଵୃଦ୍ଧି ପାଇଁ ଥିବାବେଳେ ଏହାକୁ ପ୍ରତିରୋଧ କରିବା ପାଇଁ ଭଞ୍ଜନଗର ପୋଲିସ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିଲା । ଫଳରେ ଗତକାଲି ରାତିରେ ଡକାୟତ ଦଳ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସବଇନ୍ସପେକ୍ଟର ସମୀର କୁମାର ବେହେରା ଓ ଏସଆଇ ଲିତାରାଣୀ ପରିଡାଙ୍କ ନେତୃତ୍ୱରେ ପୋଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏ ନେଇ ଭଞ୍ଜନଗର ଥାନାରେ କେସ ନମ୍ବର ୩୨୭/୨୦ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ – ନିଲୁ ବିଷୋୟୀ