କୋକଳବା ସଂଘରୋଧ କେନ୍ଦ୍ରରେ କୋରନା ସଚେତନତା କାର୍ଯ୍ୟକ୍ରମ…

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ କୋକୋଳବା ପଞ୍ଚାୟତର ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଯୋଗଦେଇ ସମସ୍ତଙ୍କୁ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ l ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥି ମଧ୍ୟ ସମସ୍ତଙ୍କୁ କରୋନା ସମ୍ପର୍କିତ ପରାମର୍ଶ ଦେଇଥିଲେ l ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ ସାବୁନ ରେ କିପରି ବାରମ୍ବାର ହାତ ଧୋଇବା କୌଶଳ ଦେଖାଇ ଥିଲେ l ଭଞ୍ଜନଗର ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱଜିତ ମହାରଣା ଭଜନ ଗୀତ ଗାଈ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସ୍ଥାନୀୟ ସରପଞ୍ଚ ନିର୍ମଳ ନାୟକ ସେହି ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳିତ ଭାବେ ୧୪ ଦିନ ଅତିବାହିତ କରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ପ୍ରଶଂସା କରିଥିଲେ l ସେହି ବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ଧନ୍ୟବାଦ ଦେଇଥିଲେ l ତାରାସିଂ ଥାନା ଅଧିକାରୀ ଓ କୋକୋଳବା ସରପଞ୍ଚଙ୍କ ତରଫରୁ ସମାଜସେବୀ ଶ୍ରୀ ଶତପଥୀ, ଶ୍ରୀ ରାଓ, କଣ୍ଠ ଶିଳ୍ପୀ ବିଶ୍ୱଜିତ ମହାରଣା, ପ୍ରଶାନ୍ତ ପ୍ରଧାନ ଏବଂ ସିଦ୍ଧାନ୍ତ ସାହୁ ପ୍ରମୁଖଙ୍କୁ ଉପଢ଼ଉକନ, ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିବା ବେଳେ ଆବଶ୍ୟକତା ଥିବା ଲୋକମାନଙ୍କୁ ସାଇବାବା ସ୍ୱୟଂ ସହାୟକ ସଂଗଠନ ତରଫରୁ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ବିକାଶର ପ୍ରତିନିଧି ଶରତ ମହାନ୍ତି, ସମିତି ସଭ୍ୟ ବିନ୍ଦୁଶ୍ରୀ ପଲେଇ, ନୀଳାମ୍ବର ପଲେଇ, ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ଭଞ୍ଜନଗର ହେଲପିଙ୍ଗ ହ୍ୟାଣ୍ଡର ସଭ୍ୟ ପ୍ରଶାନ୍ତ ପ୍ରଧାନ ଏବଂ ସିଦ୍ଧାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ – ନିଲୁ ବିଷୋୟୀ