ଟ୍ରକ ଓଲଟି ଡ୍ରାଇବର ମୃତ…

ଖଲ୍ଲିକୋଟ(ସମୃଦ୍ଧ ଓଡିଶା)ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିଡାମୂଳ ଘାଟି ନିକଟରେ ପୁଣି ଏକ ସଡକ ଦୃଘଟଣାରେ ଜଣକର ମୃତ୍ୟୁ ଘଟିଛି । ସୂଚନା ଅନୁଯାଇ ଆନ୍ଧ୍ର ପ୍ରଦେଶରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଯାହାର ନମ୍ବର AP 16TE 2159 ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ହରିଡାମୂଳ ଘାଟି ଉପରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା ଯାହାଫଳରେ ଡ୍ରାଇଭର ସେହି ଟ୍ରକ ଭିତରେ ଚାପି ହୋଇ ମୃତ ବରଣ କରିଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ମରଶରୀରକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ : ଖଲ୍ଲିକୋଟରୁ ଅମର ସାହୁ