ଜାତୀୟ ସଡକ ସୁରକ୍ଷାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଭିନ୍ନ ଟ୍ରାଫିକ ସଚେତନତା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଡକ ସୁରକ୍ଷା ଉପରେ ବୁଝାଇ ସଚେତନ କରାଇବା ସହ କମ ଦରରେ ବାଇକ ଚାଳକମାନଙ୍କୁ ହେଲମେଟ ଯୋଗାଇ ଦିଆଯାଉଥିଲା । ଏତଦ ବ୍ୟତୀତ ଅଭିନୟ ଉପାୟରେ ଲୋକଙ୍କ ସମେତ ବାଇକ ଓ ଗାଡି ଚାଳକ ମାନଙ୍କୁ ସଡକ ସୁରକ୍ଷା ସମ୍ପର୍କିରେ ସଚେତନ କରାଯାଇଥିଲା । ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ନିକଟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯିବା ଆସିବା କରୁଥିବା ଲୋକଙ୍କ ସମେତ ବାଇକ ଓ ଯାନବାହାନ ଚାଳକ ମାନଙ୍କୁ ସଡକ ସୁରକ୍ଷା ନୀତିନିୟମର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ଏଥି ସହିତ ସେମାନଙ୍କୁ ସଡକ ସୁରକ୍ଷା ଉପରେ ଲେଖାଥିବା ଷ୍ଟିକର “ମୁଁ ମାନୁଛି ଆପଣ ବି ମାନନ୍ତୁ” ବଣ୍ଟନ କରିବା ସହ ବିଭିନ୍ନ ଯାତାୟତ କରୁଥିବା ଗାଡି ମାନଙ୍କରେ ଲଗାଇଥିଲେ । ବାଇକରେ ଯିବା ଚାଳକ ହେଲମେଟ ପିନ୍ଧି ଥିଲେ ଓ ଚାରିଚକିଆ ଗାଡିରେ ଯିବା ଚାଳକ ସିଟ ବେଲ୍କ ବାନ୍ଦିଥିଲେ ତାଙ୍କୁ ଚକଲେଟ ଦେଇ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ ଏବଂ ଯେଉଁ ମାନେ ଏହା କରିନଥିଲେ ସେମାନଙ୍କୁ କଲରା ଓ ଆଁଳା ଦେଇ ସଚେତନ କରିଥିଲେ । ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଲୋକଙ୍କ ସମେତ ବାଇକ ଓ ଗାଡି ଚଳାଚଳ ମାନଙ୍କୁ ସଡକ ସୁରକ୍ଷା ନିୟମର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଛି । ଯେଉଁମାନେ ସଡକ ସୁରକ୍ଷା ନିୟମ ମାନି ବାଇକରେ ହେଲମେଟ ପିନ୍ଧି ଏବଂ ଗାଡିର ସିଟ ବେଲଟ ବାନ୍ଧି ଚଳାଉଛନ୍ତି ସେମାନଙ୍କୁ ସ୍ୱାଗତ କରି ଚକଲେଟ୍ ବଣ୍ଟନ କରିଥିଲେ । ଯେଉଁମାନେ ଏହି ନିୟମ ନ ମାନନ୍ତି ସେହି ମାନଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କଲରା ଓ ଅଁଳା ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ କଲରା ଓ ଅଁଳା ଦେବାର ମୁଖ୍ୟ ସାମ୍ବଲିକ ହେଉଛି ଯେ ଭଲ କାମ କଲେ ଯେଭଳି ଜଣକୁ ମୁହଁ ମିଠା କରାଯାଏ ଏବଂ ଯେଉଁ ମାନେ ନିୟମ ନ ମାନିବେ ସେମାନଙ୍କୁ କଲରା ଓ ଅଁଳା ଦିଆଯାଇ ସେମାନଙ୍କର ମୁହଁକୁ ପିତା କରାଯାଉଥିଲା । ଯାହାକି ସେମାନେ ଏହି ସଡକ ସୁରକ୍ଷା ନିୟମ ଉପରେ ସମ୍ପୂର୍ଣ୍ଣ ସଚେତନ ହେବେ । ହେମଲତା ପିନ୍ଧି ନଥିବା ବାଇକ ଚାଳକଙ୍କୁ ରିହାତି ଦରରେ ଭଲ ମାନର ହେଲମେଟ ଯୋଗାଇ ଦିଆଯାଉଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ତଥା ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଡିଏସପି ପ୍ରକାଶ ଚନ୍ଦ୍ର ଜେନା, ଏମଭିଆଇ ବସନ୍ତ କୁମାର ମହାପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।

ରିପୋର୍ଟ – କୃଷ୍ଣ କୁମାର ବେହେରା