ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର(CTTC) ଉଦଘାଟିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର(CTTC) ବ୍ରହ୍ମପୁର ସରକାରୀ ଆଇଟିଆଇ ଠାରେ ଗତକାଲି ଉଦଘାଟିତ ହୋଇଯାଇଛି । ଏହି ଉଦଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମତ୍ସ୍ୟ ଓ ପଶୁ ସଂପଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ୨୦ କୋଟି ବ୍ୟୟରେ ଏହି ନିର୍ମିତ ଦକ୍ଷତା ବିକାଶ ସିିଟିଟିସି କେନ୍ଦ୍ରଟି ଉଦ୍‌ଘାଟିତ ହୋଇଯାଇଛି । ଏହା ଦ୍ୱାରା ଆଗାମୀ ଦିନରେ ଯୁବ ସମାଜ ଓ ଶିଳ୍ପ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ଶିବିରଟି ସହାୟକ ହୋଇପାରିବ । ଏଠାରେ ଏକ ମାସ ଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବିଦ୍ୟାର୍ଥୀମାନେ ଅଧ୍ୟୟନ କରିପାରିବେ । ଶିଳ୍ପ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବହୁ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ । ବ୍ରହ୍ମପୁର ଆଇଟିଆଇ ପରିସରରେ ଶନିବାର ଏମ୍ଏସ୍ଏଇ ଟେକ୍ନୋଲୋଜି ସେଣ୍ଟର ଭୂବନେଶ୍ବର ତରଫରୁ ସିଟିଟିସି ଏକ୍ସଟେନ୍ ସନ ସେଣ୍ଟର ଉଦ୍ ଘାଟିତ ହୋଇଥିବାରୁ ବହୁ ଛାତ୍ର ମହଲରେ ଖୁସି ର ଲୋହରି ଦେଖା ଦେଇଛି । ଏଠାରେ ମନ୍ତ୍ରୀଙ୍କୁ ଭବ୍ୟ ସମର୍ଥନା ଜ୍ଞାପନ କରାଯାଇଥିଲା । ଏମ୍ ଏଣ୍ଡ୍ ସିର ସିନିୟର ମ୍ୟାନେଜର ଡ଼ଃ ଏସ୍.କେ କର ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏଠାରେ ସାଧାରଣ ପରିଚାଳକ ଏଲ୍.ରାଜ ଶେଖର ଭିଡିଓ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସୂଚନା ଦେଇଥିଲେ । ଶେଷରେ ଏସ୍.କେ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁଶିଳାଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତାଙ୍କ ଏବଂ ଆଇଟିଆଇ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା