ଚିର ନମସ୍ୟ ସୁରେନ୍ଦ୍ର ସାର ଅମର ରହେ…

ମଣିଷ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ l କର୍ମେଯିଏ ନର କର୍ମ ଏକତାର ଜୀବନର ମାନ ଦଣ୍ଡ l ସତରେ ଆଜି ସୁରେନ୍ଦ୍ର ସାର ଆଜି ଆମ ଗହଣରେ ନାହାନ୍ତି ତାହା ବିଶ୍ଵାସ କରିହେଉନି l କାରଣ ସେ ଏତେ ଶିଘ୍ର ଚାଲି ଯିବେ ଆଜି ତାଙ୍କର ହାତଗଢା ଅନେକ ଅନୁଷ୍ଠାନ ଗୁମୁରିଗୁମୁରି କାନ୍ଦୁଛନ୍ତି l କାଳର କରାଳ ପାଖରେ ସମସ୍ତେ ଆଜିହାର ମାନିବାକୁ ପଡ଼ୁଛି l ମନେ ପଡ଼ୁଛି ଅତୀତ ଦିନର ଘଟଣାଟିଏ ମୁଁ ଓ ସୁରେନ୍ଦ୍ର ସାର ପବନ ସୁତ ସାହିତ୍ୟ ପତ୍ରିକାର ପୁସ୍ତକ ଲୋକାର୍ପଣ ମଞ୍ଚରେ ଅତିଥି ଥିଲୁ l ସାରଙ୍କର ସେ ଦିନର ଭାବଗର୍ଭକ ଅଭିଭାଷଣ ସାରସ୍ଵତ ମଞ୍ଚରେ ମୋତେ ବିମୋହିତ କରିଥିଲା l ସେ ଦୃଷ୍ଟିରୁ ତାଙ୍କ ସହ ମିଶିବାର ସୁଯୋଗ ପାଇଥିଲି ଓ ତାଙ୍କର ଫୋନ ନମ୍ବର ଟି ଆଣିଥିଲି l ମଝିରେ ମଝିରେ ଫୋନରେ ବାର୍ତ୍ତାଳାପ କରେ l ଭାରି ସ୍କେହୀ ଓ ପରୋପକାରୀ ମେଳାପି ଲାଗନ୍ତି l ତାହା ପରେ ପରେ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ନଳାଙ୍ଗ ଆଦମପୁର ଭଦ୍ରକ ଓ ଦଧିବାମନ ସାହିତ୍ୟ ସଂସ୍କୃତି ପରିଷଦ ଆଖୁଆପଦା ଠାରେ ମିଶିବାର ସୌଭାଗ୍ୟ ପାଇଛି l ମୋର ଅନୁରୋଧକୁ ରକ୍ଷା କରି ସେ ଅତୀତ ଦିନରେ ମୋର ସଂପାଦନାରେ ପ୍ରକାଶିତ ସାହିତ୍ୟ ପତ୍ରିକା ସ୍ମୃତିଲିପି ପାଇଁ ଲେଖା ମଧ୍ୟ ଦେଇଥିଲେ l କେବଳ ସୁରେନ୍ଦ୍ର ସାର ସାହିତ୍ୟ କ ଥିଲେ ତାହା ନୁହେଁ ସେ ବି ମଣିଷଗଢ଼ା କାରଖାନାରେ ଜଣେ ଆଦର୍ଶ ଛାତ୍ରବତ୍ସଳ ଗୁରୁ ଥିଲେ ଆଜି ଅନେକ ଛାତ୍ରଛାତ୍ରୀମାନେ ତାଙ୍କର ବାଲ୍ୟ ଗୁରୁ ସୁରେନ୍ଦ୍ର ସାରଙ୍କୁ ହରାଇମର୍ମାହତ l ଆଜି ଝୁରୁଛି ଭଣ୍ଡାରୀ ପୋଖରୀ ସାହିତ୍ୟ ସଂସଦ ଓ ଭଣ୍ଡାରୀ ପୋଖରୀ ସମ୍ବାଦ ସାହିତ୍ୟ ଘର l ଶେଷରେ ଏତିକି କହିବି ଆଜି ସାର ଯେଉଁଠି ଥାଆନ୍ତୁ ନା କାହିଁକି ଭଲରେ ଥାଆନ୍ତୁ l ଏହା ହିଁ ପରମ ପ୍ରେମମୟ ପ୍ରଭୁଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l ରହି ନାହିଁ କେହି ରହିବେ ନାହିଁଟି ଭବ ରଙ୍ଗ ଭୁମି ତଳେ l  ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ l

ଭୁବନ ମୋହନ ମହାନ୍ତି,
ସଂପାଦକ ସ୍କୃତିଲିପି
ସତ୍ୟନାରାୟଣ ପାଠାଗାର
ସା-ହଳଦିଗଡିଆ ପୋ- କୋରେଇ
ଜିଲ୍ଲା – ଯାଜପୁର – ୨୨
ଭ୍ରାମ୍ୟଭାଷ – ୯୪୩୭୨୭୬୪୦୦