ଟାଟା ପାୱାର କାର୍ଯ୍ୟାଳୟର ମନମୁଖୀ ଶାସନ ଯୋଗୁଁ ଓଡିଶା ବିଜୁଳି କର୍ମଚାରୀ ସଂଘର ତୀବ୍ର ଅସନ୍ତୋଷ ଓ ନାରାବାଜି

ବ୍ରହ୍ମପୁର(ସମୃଦ୍ଧଓଡିଶା)ସ୍ଥାନୀୟ କମାପଲ୍ଲୀ ଛକ ନିକଟସ୍ଥ ଟାଟା ପାୱାର କାର୍ଯ୍ୟାଳୟ ଠାରେ ଟାଟା ପାୱାର କାର୍ଯ୍ୟାଳୟ ର ମନମୁଖୀ ଶାସନ ଯୋଗୁଁ ଓଡିଶା ବିଜୁଳି କର୍ମଚାରୀ ସଂଘର କର୍ମଚାରୀ ମାନେ ଟାଟା ପାୱାର କୁ ଗୋ ବେକ ଗୋ ବେକ ନାରା ଦେଈ ଭିକ୍ଷା ବୃତ୍ତି କରିଥିଲେ । ଟାଟା ପାୱାର ମ୍ୟାନେଜମେଣ୍ଟ ଜିଲ୍ଲାପାଳ ଙ୍କ ପାଖରେ ଚୁକ୍ତିନାମା ଅନୁସାରେ କାର୍ଯ୍ୟକାରୀ କରିନାହାନ୍ତି। ତା ୧୧.୨.୨୦୧୮ ଫେବୃଆରୀ ମାସରେ ଚେୟାରମେନ୍ ସହିତ ହୋଇଥିବା ଆଲୋଚନା ପ୍ରକାରେ ପ୍ରତିବର୍ଷ ୨୦୦ ପଦବୀ ନିଯୁକ୍ତି ଦେବା ନିମନ୍ତେ ଓ ସାଉଥକୋ କର୍ତ୍ତୃପକ୍ଷ ଙ୍କ ସହିତ ଚୁକ୍ତିନାମା ହୋଇଥିଲା। ଟାଟା ପାୱାର ଆସିଲା ପରେ କୌଣସି କାର୍ଯ୍ୟକାରୀ ନ ହେବାରୁ ୧୯.୪.୨୨ ରେ ଜିଲ୍ଲାପାଳ ଟାଟା ପାୱାର ମ୍ୟାନେଜମେଣ୍ଟ ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ଯାହା ଆଲୋଚନା କରିଛନ୍ତି ୧୦.୫.୨୨ ରେ ଚିଠି ପତ୍ର ଦ୍ଵାରା ଟାଟା ପାୱାର କୌଣସି କାର୍ଯ୍ୟକାରୀ କରିନାହିଁ। ଟାଟା ପାୱାର ର ପୂର୍ବତନ ସି ଇ ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘକୁ ଡ଼ାକି ୩ ମାସ ସମୟ ମାଗିଥିଲେ ଓ ଟାଟାର ବର୍ତ୍ତମାନ ସି ଇ ଓ ଜୁନ ୨୦୨୩ ରେ ଡ଼ାକି ଶୀଘ୍ର କାର୍ଯ୍ୟକାରୀ କରିବାକୁ କହିଥିଲେ ମଧ୍ୟ କୌଣସି ଦାବି ପୁରଣ ହୋଇନାହିଁ। ତା ୭.୧୧.୨୩ ରିଖ ଟାଟା ପାୱାର ର କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।୫.୧.୨୪ ତାରିଖ ରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଗଣ ଧାରଣାର ୫ ମାସ ପୂର୍ତ୍ତି ଅବସରରେ ବିଜୁଳି କର୍ମଚାରୀ ସଂଘ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷା ବୃତ୍ତି କାର୍ଯ୍ୟକ୍ରମ କରିଥିଲେ। ୨୨.୦୨.୨୪ ରେ ଅଭିନବ ଉପାୟରେ ଭିକ୍ଷା ବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଆଉଟସୋର୍ସ ସଂଖ୍ୟା ବୃଦ୍ଧି, ବେକାରୀ ସମସ୍ୟା ବୃଦ୍ଧି, ଦାଦନ ଶ୍ରମିକ ସଂଖ୍ୟା ବୃଦ୍ଧି ହୋଇଥିବା ଯୋଗୁଁ ତା ୦୧.୦୩.୨୪ ରିଖ ରେ ଓଡିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଓଡିଶା ସରକାର ଦେଇଥିବା 5t ବ୍ୟାଗ ଧରି ଅଭିନବ ଉପାୟରେ ଭିକ ମଗା କାର୍ଯ୍ୟକ୍ରମ କରିଛନ୍ତି। ସଂଘ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଆଉଟସୋର୍ସ ପିଲାଙ୍କୁ ଏଠାରେ ସ୍ଥାୟୀ ଚାକିରି ନାହିଁ କିନ୍ତୁ ଟାଟା କମ୍ପାନୀ ଅନିର୍ବାର୍ଯ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି ଏକଥା ଓଡିଶା ସରକାର ବୁଝିବା ଦରକାର। ରେଗୁଲାର ଜାଗାରେ ଅସ୍ଥାୟୀ କର୍ମଚାରୀ ଭାବେ ୧୫ ବର୍ଷରୁ ଉର୍ଦ୍ଧ କାମ କରି ଆସୁଛନ୍ତି ହେଲେ ସ୍ଥାୟୀ ଚାକିରି ନାହିଁ କି ଦରମା ମଧ୍ୟ ବୃଦ୍ଧି ନାହିଁ। ସରକାର ଓ ଟାଟା ପାୱାର ଉଭୟେ ମିଶି ଚୁକ୍ତି କରି ଚୁକ୍ତିନାମା କାର୍ଯ୍ୟକାରୀ କରିନାହାନ୍ତି।ଏଣୁ ଆମେ ରାଜ ରାସ୍ତାରେ ଆନ୍ଦୋଳନ କରି 5t ବ୍ୟାଗ ଧରି ଭିକମାଗୁଛୁ।ଭିକ ଦିଅ ଦିଅ ବୋଲି କାର୍ଯ୍ୟକ୍ରମ କରିଥିଲେ।ଆଜି ତା୧୬.୦୩.୨୪ ରିଖ ରେ ଟାଟା ପାୱାରର ମିଛ ପ୍ରତିଶୃତି ଦେଇଥିବାରୁ ଆଜି ଓଡ଼ିଶା ବିଜୁଳି କର୍ମଚାରୀ ସଂଘର କର୍ମଚାରୀ ମାନେ ରାଜ ରାସ୍ତାରେ ଟାଟା ପାୱାର କୁ ଗୋ ବେକ୍ ଗୋ ଵେକ ନାରା ଦେଇ ଭିକ ମଗା କାର୍ଯ୍ୟକ୍ରମ କରିଥିଲେ।ଜିଲ୍ଲାପାଳ ଯେଉଁ ଚିଠି ଦେଇଛନ୍ତି ତାହା ଅନୁସାରେ କିଛି ବି କାର୍ଯ୍ୟକ୍ରମ କରୁନଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଚୁକ୍ତିନାମା ଅନୁସାରେ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କାର୍ଯ୍ୟକାରୀ ସଭାପତି,ସମ୍ପାଦକ ଶ୍ରୀ ପଞ୍ଚାନନ ଜେନା,ଶ୍ରୀ ସୁଶାନ୍ତ ଗୌଡ , ଶଙ୍କର ସାମଲଙ୍କ ସହିତ ବହୁ କର୍ମଚାରୀ ମାନେ ମତ ପ୍ରକାଶ କରିଛନ୍ତି।

ରିପୋର୍ଟ : ରଜତ ପଟ୍ଟନାୟକ