ଜ୍ଞାନବିକାଶ ଆଇ.ଟି.ଆଇ ପକ୍ଷରୁ ୬୩ ୟୁନିଟ ରକ୍ତ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ଅଗ୍ରଣୀ ଅନୁଷ୍ଠାନ ଜ୍ଞାନବିକାଶ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଲେଲିନ୍ କୁମାର ପ୍ରଧାନ ପୌରହିତ୍ୱ କରିଥିଲେ । ଏହି ସଚେତନତା ଶିବିରକୁ ଓକିଲ ସଂଘର ସଭାପତି କୁଂଜବିହାରୀ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲା ରକ୍ତାଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ରକ୍ତଦାନ ଏକ ମହନ ଦାନ ଉକ୍ତିର ଯଥାର୍ଥତା ପାଇଁ ଯୁବ ସମାଜ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅନୁପ କୁମାର ପଣ୍ଡା ସଭାକୁ ପରିଚାଳନା କରିଥିବା ବେଳେ ଓକିଲ ସଂଘର ଉପସଭାପତି ମଳୟ ମହାନ୍ତ ,ି ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜିଲା ବ୍ଲଡବ୍ୟାଙ୍କ ଅଧିକାରୀ ଡା. ମହେଶ ଚନ୍ଦ୍ର ବିଶ୍ୱାଳ, ଜିଲା ରକ୍ତଦାତା ସଂଘର ଉପସଭାପତି ସୁକୁମାର ରଣା, ସାଧାରଣ ସଂପାଦକ ଇଂ ହୃଷିକେଶ ସାହୁ, କାର୍ଯ୍ୟକାରିଣୀ ସଭ୍ୟ ସୁବ୍ରତ କୁମାର ରଣା, ରୋଟାରୀ କ୍ଲବ ସଭାପତି ନନ୍ଦନ କୁମାର ଦତ୍ତ, ଏଟିଓ ପ୍ରଦୀପ ମହାନ୍ତି, ରବିନାରାୟଣ ଚନ୍ଦ, ଜୟନ୍ତ କର, ଅକ୍ଷୟ ଭଂଜ, ପ୍ରିୟବ୍ରତ ପ୍ରଧାନ, ମୋନାଲିସା ମିସ୍ତ୍ରୀ, ରବିନ୍ଦ୍ର ଦାସ, ଲକ୍ଷ୍ମିନାରାୟଣ ପ୍ରଧାନ, ସମିତି ସଭ୍ୟ ରାଜେନ୍ଦ୍ର ପାତ୍ର, ସାମ୍ବାଦିକ ଭୂପତି ପରିଡା ଓ ପ୍ରଶାନ୍ତ ପରିଡା ପ୍ରମୁଖ ଶିବିରକୁ ପରିଚାଳନରେ ସହଯୋଗ କରିଥିଲେ । ମୋଟ ୬୩ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏଟିଓ ସଂଜିବ କୁମାର ପ୍ରଦାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା