ଜୁଲାଇ ୩ ସର୍ବ ଭାରତୀୟ ପ୍ରତିବାଦ ଦିବସକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜୁଲାଇ ୩ ସର୍ବ ଭାରତୀୟ ପ୍ରତିବାଦ ଦିବସକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଏଆଇଟିୟୁସି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାରେ କାର୍ଯ୍ୟରତ ସର୍ବ ଭାରତୀୟ ଶ୍ରମିକ ସଂଗଠନର ଜିଲ୍ଲା ସଭାପତି ବରିଷ୍ଠନେତା ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ମିଳିତ ବୈଠକ ଅନୁଷ୍ଠିତ କରାଯାଇଥିଲା । ବୈଠକ ପ୍ରାରମ୍ଭରେ ସୀମାନ୍ତରେ ସହିଦ ଯବାନଙ୍କ ପ୍ରତି ସମ୍ମାନ ଜଣାଇ ଶୋକ ପ୍ରକାଶ କରାଯାଇଥିଲା । ଏହାପରେ ବୈଠକରେ କେନ୍ଦ୍ରୀୟ ଶ୍ରମିକ ସଂଗଠକ ଓ ଫେଡେରେସନମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧୀ ତଥା ଦେଶର ସ୍ୱାର୍ଥର ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ଜୁଲାଇ ୩ ଦେଶବ୍ୟାପୀ ପ୍ରତିବାଦ ଦିବସକୁ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା । ଶ୍ରମ ଆଇନର ସଂଶୋଧନ, ଦୈନିକ ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟକୁ ୧୨ ଘଣ୍ଟାରେ ପରିବର୍ତ୍ତନ କରିବା, ରାଷ୍ଟ୍ରୀୟର ସଂସ୍ଥାକୁ ବିକ୍ରି କରିବା, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା, ସରକାରୀ କର୍ମଚାରୀ ଓ ପେନସନର ମାନଙ୍କର ମହିଳାଙ୍କ ଭତ୍ତାରେ କଟକଣା କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଓ ଠିକା ଚାଷୀ ଅଧ୍ୟାନେତାକୁ ଅତିଶୀଘ୍ର ବାତିଲ କରିବା ପାଇଁ ଦାବି କରାଯାଇଛି । ସେହିଭଳି ଆୟକର ସୀମା ବାହାରେ ଥିବା ଲୋକଙ୍କୁ ମାସକୁ ୭୫୦୦ ଟଙ୍କା ୬ ମାସ ପର୍ଯ୍ୟନ୍ତ ଦେବା, ସମସ୍ତ ଖାଉଟିଙ୍କୁ ମୁଣ୍ଡ ପିଛା ୧୦କେଜି ଚାଉଳ ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦେବା, ମନରେଗା କାମରେ ୨ ଶହ ଦିନ କାମ ଦେବା ସର୍ବନିମ୍ନ ମୂଲ୍ୟ ୬ ଶହ ଟଙ୍କା କରିବା ଏବଂ ଏହାକୁ ସହରରେ ଲାଗୁ କରିବା ସହିତ ରାଜ୍ୟର ସୂତାକଳ ଗୁଡିକୁ କାର୍ଯ୍ୟକ୍ଷମ କରି ସେଥିରେ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ସମେତ ୧୨ ଦଫା ଦାବିକୁ ନେଇ ଆନ୍ଦୋଳନ ବ୍ୟାପକ କରିବା ପାଇଁ ନିଷ୍ପତି ନିଆଯାଇଛି । ଆସନ୍ତା ଜୁଲାଇ ୩ ତାରିଖ ଦିନ ବ୍ରହ୍ମପୁର ସମେତ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହି ବୈଠକରେ ଏଚଏମଏସ ରାଜେନ୍ଦ୍ର ଦାସ ଓ ସତ୍ୟ ତ୍ରିପାଠୀ, ଆଇଏନଟିଭିସିର ପୀତବାସ ପଣ୍ଡା ଓ ଭୋକାଲି ସେଠି, ସିଆଇଟିଭିର ପ୍ରତାପ ଚୌଧୁରୀ ଓ ଯୁଧିଷ୍ଠିର ବେହେରା, ଏଆଇୟୁଟିଭିସିର ସୋମନାଥ ବେହେରା, ଏଆଇଟିୟୁସିର ପ୍ରକାଶ ପାତ୍ର ଓ ପ୍ରଦୀପ ସେଠି ଓ ଅଳକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରି ଓ ମାସ୍କ ବାନ୍ଧି ବୈଠକ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା