କ୍ଷୀର ବ୍ୟବସାୟୀଙ୍କ ହତ୍ୟା ଘଟଣାରେ ୩ଜଣ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୧୩ ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଞ୍ଚଳରେ ଘଟିଥିବା ହତ୍ୟା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ଜଣ ସହଯୋଗୀ ଫେରାର ଥିବା କହିଛନ୍ତି । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ନାମ ରୂପେଶ୍ ପାଢୀ, ଶିବ ମହାଙ୍କୁଡ଼ ଓ ରଞ୍ଜିତ ସାହୁ ଏବଂ ଫେରାର ଥିବା ୨ ଅଭିଯୁକ୍ତଙ୍କ ନାମ ସନ୍ତୋଷ ସାହୁ ଓ ଶ୍ରୀନୁ ପାତ୍ର ବୋଲି ଜଣାଯାଇଛି । କ୍ଷୀର ବ୍ୟବସାୟୀଙ୍କ ଗାଡି ଚାଳକ ରୂପେଶ୍ ପାଢୀ ଓରଫ୍ ଲାଲା ଘଟଣାର ମାଷ୍ଟର୍ ମାଇଣ୍ଡ ଥିବା ଏସପି କହିଛନ୍ତି । ଗତ ୧୩ ତାରିଖ ବିଳମ୍ବିତ ରାତିରେ ସେ ଘର ବାହାରେ ଅପେକ୍ଷା କରିଥିବା ବେଳେ ଅନ୍ୟ ୪ଜଣ ଦୁବୃତ୍ତ ଘର ଭିତରେ ପଶିଥିଲେ ଏବଂ ଆଲମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ । ପ୍ରଥମେ ଲୁଟ ତରାଜ ପରେ ଗୋଡକୁ ଗାମୁଛାରେ ବାନ୍ଧି ବିଭତ୍ସ ଭାବେ ହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଲକ୍ଷ ନଗଦ ଟଙ୍କା ସହ ସୁନା ଚେନ୍, ମୁଦି ଏବଂ କାନ ଫୁଲ ଇତ୍ୟାଦି ଦଶ ଭରିରୁ ଅଧିକ ସୁନା ଜବତ କରାଯାଇଛି । ଫେରାର ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍.ପି ସୂଚନା ଦେଇଛନ୍ତି । ଏହାହସ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା