ଜୁଆ ଆଡାରେ ଚଢ଼ାଉ କରି ୪ଜଣକୁ ଗିରଫ କଲା ପୋଲିସ…

ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା କଟକଣା ଲାଗୁ ସତ୍ୱେ ଭଞ୍ଜନଗର ଉପଖଣ୍ଡ ଲଣ୍ଡେଇ ସାହି ନିକଟସ୍ଥ ବିଛୁଆତି ଠାରେ ଚାଲି ଥିବା ଏକ ଜୁଆ ଆଡା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଗିରଫ କରିଥିବା ଜଣାପଡିଛି । ଏଥି ସହିତ ସେମାନେଙ୍କ ଠାରୁ ନଗଦ ୫୧୨୦ ଟଙ୍କା ଓ ଦୁଇଟି ମୋଟର ସାଇକେଲ ଜବତ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । 

ରିପୋର୍ଟ – ନିଲୁ ବିଷୋୟୀ