ଆଡପଡା ଗ୍ରାମରେ ବିଶୋଧନ ସିଞ୍ଚନ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡିରେ କରୋନା ଭୁତାଣୁ ପାଦ ରଖିଥିବା ବେଳେ ସାନଖେମୁଣ୍ଡି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ସାନଖେମୁଣ୍ଡି ଅଞ୍ଚଳରେ ଭୟର ବାର୍ତାବରଣ ମଧ୍ୟରେ ଗତି କରୁଛି । ଗାତ କିଛିଦିନ ତଳେ କଙ୍କରୋଡାର ଚା ଦୋକାନି ଠାରୁ କରୋନା ପଯେଟିଭ ବାହାରିବା ପରେ ନିଜ ପରିବାରର ୪ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ୪ଜଣ ପଜେଟିଭ ବାହାରିଥିବା ଜାଣି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏଭଳି କ୍ଷେତ୍ରରେ ଆଡପଡା ସରପଞ୍ଚ ତଥା କ୍ଷମତା ପ୍ରାପ୍ତ ଜିଲ୍ଲାପାଳ ନୀଳମାଧବ ରାଉତ ଅଞ୍ଚଳରେ ଜନସାଧାରଣଙ୍କ ମନରୁ ଭୟ ଦୂର କରିବା ପାଇଁ ଆଡପଡା ଗ୍ରାମର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରାଜୀବଗାନ୍ଧୀ ସେବା କେନ୍ଦ୍ର, ପଞ୍ଚାୟତ ଅଫିସ, ରାସ୍ତାଘାଟ, ସ୍କୁଲ ଏବଂ ସଂଗରୋଧ କେନ୍ଦ୍ରକୁ ବିଶୋଧନ ସିଞ୍ଚନ କରିଛନ୍ତି । ମେଡିକାଲକୁ ଅସୁଥିବା ଜନସାଧାରଣଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତରେ କୋଭିଡ଼ କେୟାର ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିବା ସରପଞ୍ଚ ସୂଚନା ଦେଇଛନ୍ତି । ସରପଞ୍ଚଙ୍କ ଏଭଳି ମହାନତା ପାଇଁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା