ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ମୁଜାଗଡ଼ ୭ଦିନ ସଟଡାଉନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ମୁଜାଗଡ଼ ଗ୍ରାମ ପଞ୍ଚାୟତର ବୁଦୁଲି ଓ ମୁଜାଗଡ଼ ଗ୍ରାମରେ ୨ଜଣ କୋରନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଆସନ୍ତା ୧୦/୦୭/୨୦ରୁ୧୬/୦୭/୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ମୁଜାଗଡ଼ ଗ୍ରାମ ପଞ୍ଚାୟତକୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି । ଏ ନେଇ ସେ ବିଡ଼ିଓ ଅନିଲ କୁମାର ସେଠୀଙ୍କୁ ଚିଠି ନମ୍ବର (୧୧୭/୯.୭.୨୦)ରେ ଉଲ୍ଲେଖ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ବିଡ଼ିଓ ଅନିଲ କୁମାର ସେଠୀଙ୍କ ସୂଚନା ପ୍ରକାରେ ଏହି ଅଞ୍ଚଳରେ କୋରନା ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ସୁରକ୍ଷା ଦୁର୍ଷ୍ଟିରୁ ଏହି ପରି ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ ଏହାକୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅପିଲ କରାଯିବ ।

ରିପୋର୍ଟ : ନିଲୁ ବିଷୋୟୀ