ଜିଲ୍ଲାପାଳଙ୍କ ଭଞ୍ଜନଗର ଗ୍ରସ୍ତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ସକାଳ ସମୟରେ ଭଞ୍ଜନଗର ଗ୍ରସ୍ତରେ ଆସି ଏନ.ଏ.ସି ଦ୍ୱାରା ଫିଶେରି ନିକଟରେ ନିର୍ମାଣଧୀନ ବଜ୍ୟ ବସ୍ତୁ ପ୍ଲାଣ୍ଟ କାମର ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି । ସେହିପରି ବସଷ୍ଟାଣ୍ଡ ନିକଟରେ ଥିବା କିଛି ଦୋକାନ ବୁଲି ଦେଖିବା ସହ ଦୋକାନୀଙ୍କୁ ଅଳିଆ ଆବର୍ଜନା ଏଣେ ତେଣେ ନ ପକାଇବାକୁ ତାଗିଦ କରିବା ସହ ମାସ୍କ ବ୍ୟବହାର କରିବାକୁ କହିଥିଲେ । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡ଼ିଓ ଅନିଲ କୁମାର ସେଠୀ, ଏନ.ଏ.ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।