ଜାମୁନୀ ଗାଁରେ ଥିବା ଅଶୋକ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସଵ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ପୁରୁଷୋତ୍ତମପୁର ବ୍ଲକ୍ ଜାମୁନୀ ଗ୍ରାମ ର ଅଶୋକ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ବିଭିନ୍ନ ପ୍ରକାରର ଖେଳ, ଗୀତ ଡିଭେଟ ରେ ଭଲ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ବ୍ଲକ ଚେୟାରମେନ ଶ୍ରୀମତୀ ପିଙ୍କି ବେହେରା ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଜାମୁନୀ ଗ୍ରାମପଞ୍ଚାୟତ ର ସରପଞ୍ଚ ଇନ୍ଦ୍ରଜିତ ନାଇକ,ଵଦ୍ୟୈନାଥ ମେଡିକାଲ ଶ୍ରୀ ନିଳାଞ୍ଚଳ ପାଣିଗ୍ରାହୀ, ସ୍କୁଲ ପ୍ରେସିଡେଣ୍ଟ କାମାରାଜୁ ସେଠୀ, ଉପେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ l ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଵଂ ସମସ୍ତ ଷ୍ଟାପ୍ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନାଟକ ଓ ନୃତ୍ୟ ପରିବେଷଣ କରିଥିଲେ l ଏଵଂ ସମସ୍ତ ଅବିବାହକ ଓ ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା। ଅଵିବାହକ ମାନେ ଏହି କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ l

ରିପୋର୍ଟ୍ : ରଜତ ପଟ୍ଟନାୟକ