ଜାତୀୟ ରାଜପଥ ଦେଇ ଅତିକ୍ରମ କରିବାରେ ପ୍ରତିବନ୍ଧକ ଯୋଗୁ ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତବାସୀଙ୍କ ପ୍ରଶାସନର ଦ୍ଵାରସ୍ଥ

ଛତ୍ରପୁର(ସମୃଦ୍ଧଓଡିଶା) ୧୬ ନମ୍ୱର ଜାତୀୟ ରାଜପଥରେ ହିଡ଼ ଦେଇ ରୋକ୍ ଲଗାଇଛି,ଗଞ୍ଜାମ ସହର ଥାନା ! ଫଳରେ ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଗୁରୁବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ର ଦ୍ଵାରସ୍ଥ ହୋଇଛନ୍ତି । ଉକ୍ତ ରାସ୍ତାଦେଇ ସଧାରଣଜନତା ଙ୍କ ଗମନାଗମନରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ୧୫ଦିନ ମଧ୍ୟରେ ଆଶୁ-ପ୍ରତିକାର ବିଧାନ କରାନ ଗଲେ ଗ୍ରାମବାସୀ ଜନ-ଆନ୍ଦୋଳନ କରିବେ ବୋଲି ପ୍ରଶାସନ ଆଗରେ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ’ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମର ଲୋକେ ଜାତୀୟ ରାଜପଥ ଦେଇ ଯିବାକୁ ରୋକ୍ ଲାଗିଛି । ଅଥବା ଏଠାକାର ଲୋକେ ଗମନାଗମନ ପଥଦେଇ ଯିବାକୁ ପ୍ରତିବନ୍ଧକ କରାଯାଇଛି । ଯାହା ଫଳରେ ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତର ୪ଖଣ୍ଡ ଗ୍ରାମ ଯଥା- ପାଳିବନ୍ଧ, ପୁରୁଣାବନ୍ଧ, ବିଞ୍ଛଣାପଲ୍ଲୀ, କୁଣ୍ଡାପୁଟୁ ଆଦି ଗ୍ରାମର ଅଧିବାସୀଙ୍କୁ ନିଜର କୌଳିକ ବ୍ୟବସାୟରେ ବାଧା ଉପୁଜି ଲୋକମାନଙ୍କ ଜୀବିକା ନିର୍ବାହରେ ବଞ୍ଚିତ ହୋଇଛନ୍ତି । ଏଠାକାର ଅଧିବାସୀଙ୍କ ମଧ୍ୟରୁ ମତ୍ସ୍ୟଜିବୀମାନେ ମାଛ ବ୍ୟାପାରକରିବା, କୃଷିଜୀବୀମାନେ ବାଣିଜ୍ୟ ବ୍ୟବସାୟ କରିବା ତଥା ଅନ୍ୟ ଛୋଟକାଟିଆ ବ୍ୟବସାୟୀ, ମୂଲିଆ, ମିସ୍ତ୍ରୀ ରେ ନିୟୋଜିତ ଥିବା ଲୋକମାନେ ଏଵଂ ଉକ୍ତ ବାସିନ୍ଦାଙ୍କ ର ପିଲାମାନେ ସ୍କୁଲ, କଲେଜ, ଟ୍ୟୁସନ୍ କୁ ଯିବାରେ ଅସୁବିଧା ଦେଖାଦେଇଛି । ବଜାର କୁ ଯିବାରେ ଆଦି ସବୁ କ୍ଷେତ୍ରରେ ଉକ୍ତ ଅଞ୍ଚଳର ବାସିନ୍ଦା ଅହେତୁକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏନେଇ ଗୁରୁବାର ଜିଲ୍ଲାପ୍ରଶାସନ ଓ ଜିଲ୍ଲା ପୋଲିସ୍ ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ସାଂଗକୁ ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଙ୍କୁ ଭେଟି ଏହି ସମସ୍ୟା ର ପ୍ରତିକାର ବ୍ୟବସ୍ଥା କରିବା ପୂର୍ବକ ଜରୁରୀ ସମାଧାନ କରି ଲୋକଙ୍କ ସାଧାରଣ ଜୀବନ ଯାତ୍ରାରେ ପ୍ରତିବନ୍ଧକ ହଟାଇବାକୁ ଦାବୀ ହୋଇଛି । ସର୍ବୋପରି ଜାତୀୟ ରାଜପଥରେ ପ୍ରତିବନ୍ଧକ ପ୍ରଥା ହଟାଇବାକୁ ଅନୁରୋଧ କରିଛନ୍ତି । ଗତ ଜାନୁଆରୀ ୨୫ତାରିଖରୁ ଏହି ପ୍ରତିବନ୍ଧକ ପ୍ରଥା ସ୍ବରୂପ ଗଞ୍ଜାମ ଟାଉନ ଥାନା ପକ୍ଷ ରୁ ଏହି ରାସ୍ତା ବନ୍ଦ କରି ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ପ୍ରଥା ଉଚ୍ଛେଦ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଜନ-ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପୋଲିସ ଏବଂ ଗଞ୍ଜାମ ଜିଲ୍ଲା ସାଧାରଣ ପ୍ରଶାସନଠାରେ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା