ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହେବାର କିଛି ଘଣ୍ଟା ପରେ ଦୁର୍ଘଟଣାରେ ଜଣେ ଗୁରୁତର…

ଖଲ୍ଲିକୋଟ(ସମୃଦ୍ଧ ଓଡିଶା)ଲୋକଙ୍କ ସଚେତନତା ପାଇଁ ସାରା ଦେଶରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସରକାରୀ ତହବିଲରୁ ବ୍ୟାପକ ଖର୍ଚ୍ଚାନ୍ତରେ ପାଳିତ କରାଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କ ସଂଖ୍ୟା ବୃଦ୍ଧିକୁ ରୋକା ନ ଯାଇ ପାରିବାର ଦୁଷ୍ଟାନ୍ତ ବି କିଛି କମ୍ ନୁହେଁ । ସଦ୍ୟ ଖଲ୍ଲିକୋଟ ବସ୍ ଷ୍ଟାଣ୍ତ ରେ ଖଲ୍ଲିକୋଟ ପୋଲିସ୍ ତରଫରୁ ସୁରକ୍ଷା ସପ୍ତାହର ଷଷ୍ଠ ଦିନର ସଫଳ ବୈଠକର କିଛି ଘଣ୍ଟା ନ ପୁରୁଣୁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ନବିକରଣ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ପାର୍ଶ୍ବ ରାସ୍ତା କୁ ସଂପୂର୍ଣ୍ଣ ରୂପେ ଅବରୋଧ କରାଯାଇଛି । ଯାହା ଫଳରେ ଆଜି ସଂନ୍ଧ୍ୟା ସମୟରେ ଭୁବନେଶ୍ବର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଅଟୋ OD 33L 9119 କୁ ବିପରିତ ଦିଗରୁ ଆସୁଥିବା ଟ୍ରାଭେରା କାର OD 02C 0599 ଭେଜିପଟ ଠାରେ ମୁହାଁ ମୁହିଁ ଧକା ହେବା ଫଳରେ ଭୁବନେଶ୍ବର ଅଞ୍ଚଳର ଅଟୋ ଚାଳକ ବିଜୟ ବାରିକ କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଖଲ୍ଲିକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ ବିଜୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଛନ୍ତି । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ରାଜପଥ କର୍ତ୍ତୁପକ୍ଷ, ଜିଲ୍ଲା ପ୍ରଶାସନ ଓ କାର୍ଯ୍ୟ କରୁଥିବା ସି ପି ଆରୋରା ନାମକ ଏକ ଘରୋଇ କମ୍ପାନୀର ମଧୁଚନ୍ଦ୍ରିକାରେ ରାସ୍ତା କାମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ତଥାପି ପ୍ରଶାସନର ଚେତା ପଶୁ ନ ଥିବା ବଡ଼ ପ୍ରଶ୍ନବାଚୀ ସୃଷ୍ଠି କରିଛି । ସାଧାରଣ ସାବଧାନତା ପାଇଁ ସରକାର ବିଭିନ୍ନ ସଚେତନ ଅଭିଯାନ କରୁଥିବା ବେଳେ ଦୁର୍ଘଟଣା କିପରି ରୋକା ଯାଇ ପାରିବ ସେ ଦିଗରେ ନିଜେ କର୍ତ୍ତୃପକ୍ଷ ସାବଧାନ ତଥା ସଚେତନ ହେଉ ନ ଥିବା ଦୁର୍ଭାଗ୍ୟର ବିଷୟ ବୋଲି ସଚେତନ ନାଗରିକ ପ୍ରଶ୍ନ କରୁଛନ୍ତି ।

ରିପୋର୍ଟ : ଖଲ୍ଲିକୋଟରୁ ଅମର ସାହୁ