ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ୨ ପଶ୍ଚିମବଙ୍ଗ ବେପାରୀ ଓ ଏଠାର ୨ ଗିରଫ…

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଓ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦେଶ କ୍ରମେ ଆଜି ଖଲିକୋଟର ବିଭିନ୍ନ ଅଞ୍ଚଳ ଚଢ଼ାଉ କରି ୪ଟି ଗଂଜେଇ (NDPS) କେଶ ରୁଜୁ କରାଯାଇଛି । ଏ ଚଢ଼ାଉରେ ଛତ୍ରପୁର ସଦର ଅବକାରୀ ନିରିକ୍ଷୀକା ଦୀପ୍ତିମୟୀ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଛତ୍ରପୁର ନିରିକ୍ଷୀକା ପ୍ରୀତିଧାରା ନାୟକ,ଖଲିକୋଟ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦୁର୍ୟୋଧନ ଦିଗଲ ପ୍ରମୁଖ ସଦଳବଳେ ଖଲିକୋଟର କଞ୍ଚଣା ଛକ,ଖଲିକୋଟ ବସ ଷ୍ଟାଣ୍ଡ, ହରିଦାମୂଳ ଛକ ଓ କେଶପୁର ଛକ ଆଦି ଅଞ୍ଚଳ ଛଡାଉ କରି ୪ ଜଣଙ୍କୁ ଚୋରା ଗଂଜେଇ ଚାଲାଣ କରୁଥିବା ସମୟରେ ରେଡ ହ୍ୟାଣ୍ଡେଡ ଧରିବା ସହ ୭୦.୪ କିଲୋ ଗ୍ରାମ ଗଂଜେଇ ଜବତ କରିଛନ୍ତି ।ଏହି କେଶରେ ସମ୍ପୃକ୍ତ ଥିବା ନେଇ ପଶ୍ଚିମବଙ୍ଗ ରାଜ୍ୟର ମହମଦ ଇମ୍ରାନ ଓ ମହମଦ ଇସନଙ୍କୁ ଗିରଫ କରିବା ସହ କୋଦଳାର ସାତନାଳ ଗ୍ରାମର ସନ୍ତୋଷ କୁମାର ସାହୁ ଓ ବୁଗୁଡ଼ା ଅଂଚଳର ଦୁର୍ଗା ସାହୁଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ବର୍ତମାନ ଗଂଜେଇ ଚାଲାଣର ଋତୁ ଚାଲିଥିବାରୁ ଗଂଜେଇ ଚଢାଉ ବା NDPS କେଶ ଧରିବା ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକ ଓ ଜିଲ୍ଲାପାଳ ଗୁରୁତ୍ଵ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା