ଜାତୀୟ କୃଷକ ଦିବସ ଅବସରରେ ପ୍ରତିବାଦ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ଦିଲ୍ଲୀ ସୀମାର ରାଜରାସ୍ତାରେ ଏକ ମାସ ଧରି ଆନ୍ଦୋଳକ କରି ଆସୁଥିବା ଚାଷୀଙ୍କ ମଧ୍ୟରୁ ୩୫ଜଣ ମୃତ୍ୟୁ ବରଣ କରିଥିବା ବେଳେ ମୋଦି ସରକାରଙ୍କ କୁମ୍ଭନିଦ୍ରା ଭାଂଗୁନଥିବା ଆଜିର ଜାତୀୟ କୃଷକ ଦିବସ ଅବସରରେ ବକ୍ତାମାନେ କହିଛନ୍ତି । ଜଳେଶ୍ୱର କୃଷକ ସମନ୍ନୟ ସମିତି ପକ୍ଷରୁ ବାଇଗଣବାଡିଆ ଗ୍ରା.ପ.ର କାଳିକାପୁର ହାଟଠାରେ ଏକ ପ୍ରତିବାଦ ସଭାରେ ୩ଟି କୃଷି ଆଇନ୍ ଓ ବିଦ୍ୟୁତ୍ ବିଲ ୨୦୨୦ ପ୍ରତ୍ୟାହାର ଦାବି କରାଯାଇଥିଲା । ରତନ ଦାସଙ୍କ ସଭାପତିତ୍ୱରେ ଶିଶିର ହୁଇ, ଦିଲ୍ଲୀପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ରବିନ୍ଦ୍ର ବାରିକ, ଚୈତନ୍ୟ ଅଣ୍ଡିଆ, ସୈଭିକ୍ ହୁଇ, ଅସିମ୍ ବେହେରା, ସ୍ମୃତିସାଗର ପଣ୍ଡା, ବାବୁଲି ମାହାନା, ମିଟିକା ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।