ଜଳେଶ୍ୱର ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ୭ ଦଫ ଦାବି ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମହିଳା କଂଗ୍ରେସ ପକ୍ଷରୁ ଆଜି ଗୁରୁବାର ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଚୋରା ମଦ କାରବାର ବନ୍ଦ କରିବା, ଦକ୍ଷ ଅବକାରୀ ଅଫିସର ନିଯୁକ୍ତି କରିବା, ମଦମୃତ୍ୟୁର ଶୀକାର ହୋଇଥିବା ପ୍ରତାପ କିସ୍କୁଙ୍କ ପରିବାରକୁ ସହାୟତା, ବ୍ରାଉନ୍ ସୁଗର କାରବାରରେ ଲିପ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାଇକ୍ରୋଫାଇନ୍ସାର ଜୁଲମ ବନ୍ଦ କରିବା, ମହିଳା ଗୃପ ମାନଙ୍କରେ ଉତ୍ପନ୍ନ ଦ୍ରବ୍ୟର ବଜାର ସୃଷ୍ଟି କରିବା, ମହିଳା ଓ ନାବାଳିକା ମାନଙ୍କ ଉପରେ ହେଉଥିବା ନୀର୍ଯ୍ୟାତନା ବନ୍ଦ କରିବା ଇତ୍ୟାଦିକୁ ନେଇ ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ଜଳେଶ୍ୱର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ମହିଳା କଂଗ୍ରେସର କର୍ମୀମାନେ ଅବକାରୀ ଅଫିସ୍‌କୁ ଦାବି ପତ୍ର ପ୍ରଦାନ କରିବାକୁ ଆସି ବଂଦ ଥିବା ଦେଖି ଘେରାଓ କରିବା ସହ ରାସ୍ତାରୋକ କରିଥିଲେ । ଜଳେଶ୍ୱର ପୋଲିସ୍ ସହାୟତରେ ଏହା ସମାଧାନ କରାଯାଇ ସ୍ୱାଭାବିକ ହୋଇଥିଲା । ଜଳେଶ୍ୱର ମହିଳା କଂଗ୍ରେସର ରାଧାରାଣୀ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରରେ ଅର୍ଚ୍ଚନା ନନ୍ଦୀ, ରାଜ୍ୟ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, କାଦମ୍ବିନୀ ରାୟ, ମଞ୍ଜୁଶ୍ରୀ ପଣ୍ଡା, ଆରତୀ ଦାସ, ସୁଦର୍ଶନ ଦାସ, କଂଗ୍ରେସ ଜିଲା ସଭାପତି ସଞ୍ଜିବ ଗିରି, ରାଜିବ ପରିଡା, କଂଗ୍ରେସ ଟାଉନ୍ ସଭାପତି ରିଆଜ୍ ଖାଁ, ପୂର୍ବତନ ନଗରପାଳ ସୁନୀଲ ପରିଡା, ସରପଞ୍ଚ ପଦ୍ମଲୋଚନା ବେହେରା, ବିଭୁରେନ୍ଦ୍ର ଦେ, ହେମନ୍ତ ଗିରି, ଜଗଦୀଶ ନନ୍ଦୀ , ଚିତ୍ତରଂଜନ ପରିଡା, ଲକ୍ଷ୍ମୀଧର ଗିରି ପ୍ରମୁଖ ବହୁ କର୍ମୀ ଉପସ୍ଥିତ ଥିଲେ ।