ଜଳେଶ୍ୱର ହାଇସ୍କୁଲର ୧୯୬୭ ବେଚ୍‌ର ବନ୍ଧୁ ମିଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଗାମୀ ଦିନରେ ସ୍ୱର୍ଣ୍ଣଜୟନ୍ତୀ ପାଳନ ହେବାକୁ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରସ୍ତୁତି ନେଉଥିବା ବେଳେ ୧୯୬୭ ମସିହାରେ ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଜଳେଶ୍ୱର ହୋଟେଲ ଇନ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଂ ରାମଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସିଦ୍ଧେଶ୍ୱର ପଣ୍ଡା ସଂଯୋଜନା କରିଥିଲେ । ଦୀର୍ଘବର୍ଷ ପରେ ଏବଂ ଚାକିରୀରୁ ଅବସର ନେଇଥିବା ବହୁ ଛାତ୍ରଛାତ୍ରୀ ସାମ୍ପ୍ରତିକ ସ୍ଥିତି ସଂପର୍କରେ କହି ଅତୀତର ସୃତି ବଖାଣିଥିଲେ । ଏଥିରେ ସାମ୍ବାଦିକ ଜୀବନକୃଷ୍ଣ ଦାସ ଅଧିକାରୀ, ମୂରଲୀଧର ପାଳ, ଭୂପତିଭୂଷଣ ଜେନା, ସେକ୍‌ସାଜତ୍ ଅଲ୍ଲି, ଅକ୍ଷୟ କୁମାର ରାଜ, ଜଗବନ୍ଧୁ ଜେନା, କନକଲତା ଘୋଷ, ଗଦାଧର ପ୍ରଧାନ, ପ୍ରଫୁଲ୍ଲ ଚନ୍ଦ, ଜୟନ୍ତ କୁମାର ବିଦ, ହରିଶ୍ଚନ୍ଦ୍ର ରଣା, ନିତ୍ୟାନନ୍ଦ ଦାସ, ଅହଜନ ଦତ୍ତ ପ୍ରମୁଖ ଛାତ୍ରଛାତ୍ରୀ ବକ୍ତବ୍ୟ ରଖି ବିଦ୍ୟାଳୟର ଉନ୍ନତିରେ ସହାୟକ ହେବେ ବୋଲି କହିଥିଲେ । ମୋଟ ୬୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଥିରୁ ପ୍ରାୟ ୧୪ଜଣଙ୍କ ପରଲୋକ ହୋଇଥିବାରୁ ସେମାନଙ୍କ ଲାଗି ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏପରି ବନ୍ଧୁମିଳନ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛି ।

ରିପୋର୍ଟ : ଭୂପତି ପରିଡା