ଜଳେଶ୍ୱର ସହରର ସାମଗ୍ରୀକ ବିକାଶ ନେଇ ସୀମକ୍ଷା ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ଚାଲିଥିବା ବିଭିନ୍ନ ବିଭାଗର କାର୍ଯ୍ୟଗୁଡିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୁର୍ତ୍ତ, ଗ୍ରାମଉନ୍ନୟନ, ନେସ୍କୋ, ରାଜସ୍ୱ, ବିଶୁଦ୍ଧ ପାନୀୟଜଳ ବିଭାଗକୁ ନେଇ ଦୀର୍ଘ ସମୟ ଆଲୋଚନା ହୋଇଛି । ଅବିଳମ୍ବେ ପ୍ରକଳ୍ପ ଗୁଡିକୁ ଶେଷ କରିବାକୁ ସିଦ୍ଧାନ୍ତ ନିଆଯାଇଛି । ଗତ ଶନିବାର ସଂଧ୍ୟାରେ ମ୍ୟୁନିସିପାଲଟି କାର୍ଯ୍ୟାଳୟ ପରିସରରେ ସହରାଞ୍ଚଳ ଉନ୍ନତିକରଣ ପାଇଁ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ଅଶ୍ୱିନୀର କୁମାର ପାତ୍ର ଓ ମ୍ୟୁନିସିପାଲଟିର ପ୍ରଶାସନୀକ ଅଧିକାରୀ ନିଲୁ ମହାପାତ୍ର ଯୋଗ ଦେଇ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ନତି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅଧିକ ନଳକୂପ ଖନନ କିମ୍ବା ପାଇପ୍‌ପାଣି ଯୋଗାଣ ନେଇ ଆଲୋଚନା ବେଳେ ସୁବର୍ଣ୍ଣରେଖା ନଦୀରୁ ପାଣି ନେଇ ୪୩ କୋଟି ଟଙ୍କାର ଏକ ମେଗା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ସିଦ୍ଧାନ୍ତ ହୋଇଛି । ପ୍ରାୟ ୩୫ହାର ଲୋକ ବସବାସ କରୁଥିବା ମ୍ୟୁନିସିପାଲଟିରେ ବିଶୁଦ୍ଧ ପିଇବା ପାଣି ଯୋଗାଇବା ଲାଗି ଏହା ଶୁଭଙ୍କର ହେବ ବୋଲି ପିଏଚ୍‌ଡିର ଏସ୍‌ଡିଓ ଉଜ୍ଜଳ କୁମାର ପ୍ରଧାନ ଓ ଜେଇ ରଂଜନ କୁମାର ମାଝୀଙ୍କ ସହିତ ଆଲୋଚନା ହୋଇଛି । ମ୍ୟୁନିସିପାଲଟି ଅଂଚଳରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୧୦୯ଟି ପ୍ରକଳ୍ପ କାର୍ଯ୍ୟ ହେବାକୁ ଥିବା ବେଳେ ୭୯ଟି କାର୍ଯ୍ୟ ଶେଷ ହୋଇଥିବା ସହକାରୀି ନିର୍ବାହୀ ଯନ୍ତ୍ରୀ ଇଂ ଲମ୍ବୋଦର କର ଓ ଇଂ ବିଜୟ କୁମାର ଦାସ ସୂଚନା ଦେଇଛନ୍ତି । ବାକି ଥିବା ୩୦ଟି ପ୍ରକଳ୍ପ ମଧ୍ୟରୁ ୧୫ଟିରେ ଠିକାଦାର ମାନେ ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ ଓ ଶେଷ କରିନଥିବାରୁ ସେ ଗୁଡିକୁ ବନ୍ଦ କରାରଯାଇଛି । ଅନ୍ୟ ୧୩ଟି କାର୍ଯ୍ୟକୁ ବନ୍ଦ କରିଯିବାକୁ ସିଦ୍ଧାନ୍ତ ନିଆଯାଇଛି । ଏହି ୩୦ଟି ପ୍ରକଳ୍ପର କାର୍ଯ୍ୟ ପରିବର୍ତ୍ତନ କରାଯିବା ଲାଗି ଉପସ୍ଥିତ ବ୍ୟକ୍ତିମାନେ ଦାବି କରିଥିଲେ । ପୁର୍ତ୍ତବିଭାଗର କେତେକ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହୋଇ ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ପ୍ରକଳ୍ପ ଗୁଡିକୁ ଶେଷ କରିବା ଏବଂ ବହୁସ୍ଥାନରେ ଜବରଦଖଲ କରି ରହିଥିବା ରାସ୍ତାଗୁଡିକରୁ ଉଚ୍ଛେଦ କରିବାକୁ ନିର୍ବାହୀ ଯନ୍ତ୍ରୀ ଇଂ ଆଲୋକ କୁମାର ମହାନ୍ତି ଓ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ତଥା ତହସିଲଦାର କ୍ଷୀରୋଦ କୁମାର ପଣ୍ଡାକୁ କୁହାଯାଇଛି । ବିଭିନ୍ନ ସରକାରୀ ସ୍ଥାନ ଦିନକୁ ଦିନ ଜବରଦଖଲ ବଢୁଥିବାରୁ ସେ ସଂପର୍କରେ ମଧ୍ୟ ସବିଶେଷ ଆଲୋଚନଦା ହୋଇଛି । ସହରାଞ୍ଚଳରେ ତାଲିଥିବା ନେସ୍କୋର ଆଇ.ପି.ଡି.ଏସ୍ ଯୋଜନାର ଅବଧି ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟ ଶେଷ ହୋଇ ନାହିଁ । ଶୀଘ୍ର ଶେଷ କରିବା ସହିତ କରିବାକୁ ସିଦ୍ଧାନ୍ତ ନିଆଯାଇଛି । ଏଥିରେ ସୁପରିଟେଣ୍ଡିଂ ଇଞ୍ଜିନିୟର ହରିଶ୍ଚନ୍ଦ୍ର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ଇଂ ରଂଜନ କୁମାର ନାୟକ, ଏସ୍‌ଡିଓ ଭୂବନ କୁମାର ସାହୁ ଓ ଜେଇ ରଣଜିତ୍ ବେରୋ ଉପସ୍ଥିତ ରହି ସୀମକ୍ଷା ଆଲୋଚନାରେ ଭାଗ ନେଇଥିଲେ । ଏହି ଆଲୋଚନାରେ ପ୍ରତୀପ କୁମାର ପ୍ରଧାନ, ବିଜୟ କାମିଳା, ସଂଜିବ ପାଳ, ଗୁରୁପ୍ରସାଦ ସାମନ୍ତ, ଅର୍ଚ୍ଚନା ଗିରି, ଆନନ୍ଦ କର, ସେକ୍ ଅବଦୁଲ ରହିମ୍ ଓ ଅନ୍ୟ କେତେକ ନେତୃସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା