ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକଙ୍କ ପରଲୋକ : ଜଳେଶ୍ୱରରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋର ୫.୩୦ମି.ରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କାହ୍ନୁଚରଣ ଜେନା ୫୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୨୪-୧୧-୮୩ ମସିହାରେ ସେ ଏହି ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଏନସିସି ଅଫିସର ଭାବେ ସେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଆସିଥିଲେ । ସେ ଜଣେ ଭଲି ଓ ଫୁଲବଲ ଖେଳାଳୀ ଭାବେ ବାଲେଶ୍ୱର ଜିଲାରେ ପ୍ରତିଷ୍ଠା ଲାଭ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ସୁରେଶ ଚନ୍ଦ୍ର ଜେନାଙ୍କ ପୁତ୍ର ଥିଲେ । ଗତ କିଛିଦିନ ଧରି ରେଗାକ୍ରାନ୍ତ ଥିଲେ ଓ ଆଜି ତାଙ୍କ ମୃତ୍ୟ ସମୟରେ ଏକମାତ୍ର ପୁଅ, ସମସ୍ତ ଭାଇ, ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କୁ ସୁବର୍ଣ୍ଣରେଖା ନଦୀକୂଳ ଶିଖରପୁର ଘାଟଠାରେ ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ । ଜଳେଶ୍ୱର ଅଞ୍ଚଳର ବହୁ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୋକ ସଭା ପାଳନ ହୋଇଥିଲା । ଏଥିରେ ପୂର୍ଣ୍ଣଚନ୍ଦ୍ର ଭୂୟାଁ, ସୁବାସ ଚନ୍ଦ୍ର ଦାସ, ମନୋରଞ୍ଜନ ମଲ୍ଲିକ, ଶ୍ରୀକାନ୍ତ ଦାସ, ରାଜେନ୍ଦ୍ର ପାଣିଗ୍ରାହୀ, ଅଶୋକ କୁମାର ଦାସ, ମନୋଜ କୁମାର ପାଣି, ହରେକୃଷ୍ଣ ଜେନା, ପରିତୋଷ ବାନାର୍ଜି, ରାଜୁବାଳା ପାତ୍ର, ସ୍ୱର୍ଣ୍ଣପ୍ରଭା ଦାସ, ମମତା ମହାନ୍ତି, ସରୋଜ ସାସମଲ, ପୂର୍ବତନ ଶିକ୍ଷକ ସୁନୀଲ କୁମାର ନାୟକ, ସୁଦର୍ଶନ ପ୍ରଧାନ ଓ ଗିରିଶ କୁମାର ପାଣିଗ୍ରାହୀ, ସ୍ୱର୍ଣ୍ଣଲତା ସେଠୀ, ସପନ ମିଶ୍ର, ସିଦ୍ଧେଶ୍ୱର ଦାସ, କଲ୍ୟାଣୀ ନନ୍ଦି ପ୍ରମୁଖ ସହଯୋଗୀମାନେ ସ୍ମୃତିଚାଣର କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା