ଜଳେଶ୍ୱର ବିଧାୟକଙ୍କ ସ୍ୱପ୍ନର ପ୍ରକଳ୍ପକୁ ସରକାରୀ ସବୁଜ ସଂକେତ : ଇଣ୍ଡୋର ଷ୍ଟାଡିୟମର ଲେଆଉଟ୍ ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଠାରେ ନିର୍ମାଣ ହେବାକୁଥିବା ବିଜୁ ପଟ୍ଟନାୟକ ମଲ୍ଟିପାର୍ପୋସ ଇଣ୍ଡୋର ଷ୍ଟାଡିୟମର କାର୍ଯ୍ୟ ଆଜି ଜଳେଶ୍ୱର ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଛି । ଫଳରେ ବିବଦୀୟ ହୋଇଥିବା ଏହି ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବ ବୋଲି ପୁତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ସବୁଜ ସଂକେତ ଦେଇଛନ୍ତି । ସମଗ୍ର ଉତ୍ତର ଓଡିଶାରେ ଖେଳୁଆଡ ମନୋଭାବ ସୃଷ୍ଟି କରି ଖେଳାଳୀଙ୍କୁ ପ୍ରତ୍ସୋହନ ଦେବାଲାଗି ଜଳେଶ୍ୱରର ବିଧାୟକ ଅଶ୍ୱିନୀ ପାତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରି ପ୍ରାୟ ୧୦ କୋଟି ମଞ୍ଜୁର କରିଥିବା ଜଣାଯାଇଛି । ଏହି ପ୍ରକଳ୍ପ ଜଳେଶ୍ୱର ପୌରପାଳିକାର ଶାନ୍ତିଆଠାରେ ହେବାର ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ନିର୍ମାଣ ସ୍ଥାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ବିଧାୟକ ଶ୍ରୀ ପାତ୍ର ଓ ପୌର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନଙ୍କ ଅନୁରୋଧ କ୍ରମେ ଫଳରେ ଜିଲାପାଳ ପ୍ରକଳ୍ପଟିକୁ ଜଳେଶ୍ୱର ହାଇସ୍କୁଲ ପଡିଆରେ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ପୁର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ରଥାଙ୍ଗଧର ରାଉତ, ଅଧିକ୍ଷଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଅଶୋକ ପଣ୍ଡା, ସହକାରୀ ଯନ୍ତ୍ରୀ ନିହାର ରଂଜନ ବେହେରା ପ୍ରମୁଖ ଜଳେଶ୍ୱର ହାଇସ୍କୁଲ ପଡିଆ ପରିଦର୍ଶନ କରିଥିଲେ । ‘ଟୋଟାଲ ଷ୍ଟେସନ ମେସିନ୍‌’ ଜରିଆରେ ଆଜି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ସେମାନେ ପ୍ରକାଶ କରିଥିଲେ । ସେମାନଙ୍କ ସହିତ ପୌରପାଳିକା ଅଧ୍ୟକ୍ଷ ପ୍ରତୀପ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ଚିନ୍ମୟ କୁମାର ଦାସ, ହାଇସ୍କୁଲପ୍ରଧାନ ଶିକ୍ଷକ କୁଂଜବିହାରୀ ପ୍ରଧାନ ପ୍ରମୁଖ ଲେଆଉଟ୍ କାର୍ଯ୍ୟକ୍ରମ ବେଳେ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ୧ବର୍ଷ ମଧ୍ୟରେ ଶେଷ ହେବ ବୋଲି ଯନ୍ତ୍ରୀ ଶ୍ରୀ ରାଉତ କହିଥିଲେ । ଏହି ଖେଳ ପଡିଆ ମଧ୍ୟରେ ୪ ପ୍ରକାରର ଇଣ୍ଡୋର ଖେଳ ହେବାକୁ ଯାଉଥିବା ବେଳେ ୩ ମହଲା ବିଶିଷ୍ଟ ଗୃହ ନିର୍ମାଣ ହେବ । ପଡିଆ ଚାରିପଟେ ଚଲାବୁଲା ପାଇଁ ରାସ୍ତା, ଜଳନିଷ୍କାସନର ବ୍ୟବସ୍ଥା, ଜିମ୍‌ର ବ୍ୟବସ୍ଥା, ଖେଳାଳୀ ମାନଙ୍କ ରହିବାସ୍ଥାନ ଇତ୍ୟାଦି ବ୍ୟବସ୍ଥା ହେବ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା