ଜଳେଶ୍ୱର ବାର୍ ନିର୍ବାଚନ : ସଭାପତି ଭାବେ ଅନୀଲ କୁମାର ପରିଡା ନିର୍ବାଚିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପୂର୍ବ ସୂଚନା ଅନୁଯାୟୀ ପୁରୁଣା କୋର୍ଟ ପରିସରରେ ଜଳେଶ୍ୱର ବାର୍ ନିର୍ବାଚନ ଶେଷ ହୋଇଛି । ଏଥିରେ ସଭାପତି ଭାବେ ଅନୀଲ କୁମାର ପରିଡା, ଉପସଭାପତି ଭାବେ ମନୋରଞ୍ଜନ ମିଶ୍ର, ସମ୍ପାଦକ ଭାବେ ବିଜନ୍ କୁମାର ଦେ, ଯୁଗ୍ମସଂପାଦକ ଭାବେ ସିଦ୍ଧାର୍ଥ ଦାସ, ସହ ସଂପାଦକ ଭାବେ ଭବାନିଶଙ୍କର ଭଞ୍ଜ, କୋଷାଧ୍ୟକ୍ଷ ଭାବେ ବିନୋଦ କୁମାର ଗିରି, ଲାଇବ୍ରେରୀ ସଂପାଦକ ଭାବେ ଅଜିତ୍ କୁମାର ସୁର ଏବଂ ସହକାରୀ ଲାଇବ୍ରେରୀ ସଂପାଦକଭାବେ ଅରୂପ କୁମାର ଜେନାଙ୍କ ସହିତ କାର୍ଯ୍ୟକାରୀ କମିଟିକୁ ୭ଜଣ ନିର୍ବାଚିତ ହୋଇଥିବାର ନିର୍ବାଚନ ଅଫିସର ଇସାକ୍‌ବେଗ୍ ଜଣାଇଛନ୍ତି ।