ଜଳେଶ୍ୱର ଗୁରୁକୂଳ ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ଥିବା କୁନି କୁନି ପିଲାଙ୍କୁ ନେଇ ଗଢି ଉଠିଥିବା ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ ରବନ୍ଦ୍ର ନାଥ ଜେନା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଅବସରୀପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ପାତ୍ର ଯୋଗଦେଇ ଉପାନ୍ତ ଦୁଇ ରାଜ୍ୟରେ ଇଂରାଜୀ ପ୍ଲେ ସ୍କୁଲ ନ ଥିବା ବେଳେ ଗୁରୁକୂଳ ପ୍ଲେ ସ୍କୁଲଟି ଏ ଅଂଚଳରେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦ ହୋଇଛି । ଛୋଟ ପିଲାଟି ମନରେ ଶିକ୍ଷା ଅଭିସନ୍ଧିଷ୍ଣୁ ପରିବେଶ ସୃଷ୍ଟି କଲେ ଭବିଷ୍ୟତରେ ଉଚ୍ଚତର ଶିକ୍ଷାରେ ସହାୟକ ହୋଇ ପାରିବ ବୋଲି କହିଥିଲେ । ଅଧ୍ୟକ୍ଷା ବିଣାପାଣି ଜେନା ସ୍ୱାଗେତ ଅଭିଭାଷଣ ଦେଇଥିବା ବେଳେ ଆଲୋକ ଜେନା, ସଂଗିତା ଜେନା, କରିସ୍ମା ଅଗ୍ରୱାଲ, ସସ୍ମିତା ସେନାପତି, ସ୍ନେହଲତା ମାରାଣ୍ଡି, ସବିତା ଚନ୍ଦ ଓ ବୁଲୁ ମାଇତି ପ୍ରମୁଖ ପରିଚଳାନା କରିଥିଲେ । ଅନ୍ୟସା ସ୍ୱାଇଁଙ୍କୁ ଶିବନାରାରୟଣ ପୁରସ୍କାର କରାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା