ଗଣେଶ ବଜାର ପୂଜା କମିଟିର ସାଧାରଣ ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଣେଶ ବଜାର ପୂଜା କମିଟି ଢେଙ୍କାନାଳ ତରଫରୁ ପବିତ୍ର ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରାଯାଇଥିଲା । ଅପରାହ୍ନରେ ଏକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ମଧୁସୂଦନ କ୍ଳବ ଠାରେ ଅନୁଷ୍ଠିତ କରାଯାଇଥିଲା । ସେଥିରେ ଗତ ବର୍ଷର ପୂଜା କମିଟିର ଆୟବ୍ୟୟ ଅଟକଳ ସର୍ବ ସମ୍ମତି କ୍ରମେ ଗୃହୀତ ହେଲେ ଚଳିତ ବର୍ଷ ନିମନ୍ତେ ବସନ୍ତ କୁମାର ସାହୁ ସଭାପତି ଓ ବିଶ୍ୱନାଥ ବେହେରା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ବୈଠକରେ ଶେଖନୈମ, ଶଙ୍କର ଦୋରା, ଷୈଖହୁସେନ ଅତୁଲ କୁମାର ନାୟକ, ଶରତ କୁମାର ସାହୁ, ରଞ୍ଜନ କୁମାର ବେହେରା, ମାଧବସିଲ, ପ୍ରଫୁଲ୍ଲ କୁମାର ସାହୁ, ନୃସିଂହ ଚରଣ ବେହେରା, ଶ୍ରୀକାନ୍ତ କୁମାର ସାହୁ, ଜଗନ୍ନାଥ ହୋତା, ଡମ୍ବରୁଧର ପଣ୍ଡା, ଅଭିନବ ବେହେରା ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ ଓ ବଜାରର ଶହେରୁ ଉର୍ଦ୍ଧ୍ଵ ସଭ୍ୟମାନେ ଯୋଗ ଦେଇଥିଲେ । ବୈଠକ ଶେଷରେ ହମୁଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି