ଜଳେଶ୍ୱରର ବିଭିନ୍ନ ସ୍ଥାନରେ ସୁଭାଷ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିଶୁ ସାହିତ୍ୟିକ ତଥା ଡା. ଲକ୍ଷ୍ମଣ ଜେନାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଚଳିତବର୍ଷ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ସ୍ଥାୟୀ ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରିଥିଲେ । ଡ. ପ୍ରଭାସ ଚନ୍ଦ୍ର ଗିରି, ବଣିକ ସଂଘ ସଭାପତି ସୁଧିର ମହାନ୍ତି, ଡ. ଅଜିତ୍ ମହାନ୍ତି, ଅଜୟ ଭୂୟାଁ, ଚନ୍ଦ୍ରକାନ୍ତି ପରିଡା, ପ୍ରମିଳାବାଳା ଜେନା, ଭାଗବତଚନ୍ଦ୍ର ପରିଡା, ନିଶିକାନ୍ତ ଜେନା ପ୍ରମୁଖ ଛପସ୍ଥିତ ରହି ନେତାଜୀଙ୍କ ଜନ୍ମ ଦିନରେ ସ୍ୱର୍ଗତ ଲକ୍ଷ୍ମଣ ଜେନାଙ୍କ ଜନ୍ମ ଜୟନ୍ତୀ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ତାଙ୍କ ବାସ ଭବନରେ ପାଳିତ ହୋଇ ଯାଇଛି । ଡିଏସ୍‌ଓ ଜଳେଶ୍ୱର ଶାଖା ପକ୍ଷରୁ କମାରଶାଳିଆ ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି । ବାଲେଶ୍ୱର ଜିଲା ଆବାହକ ସୌରଭ ଦାସଙ୍କ ଅଧ୍ୟକ୍ଷତାରେ ସୁଭ୍ରମ ରାଉଳ, ପ୍ରଶାନ୍ତ ଦାସ, ସମ୍ବିତ ରାଉଳ, ସୁଭାଷ ବୋଷଙ୍କ ଆଦର୍ଶ ସଂଗ୍ରାମୀ ଦେଶ ସେବକ ଜୀବନୀ ଚିତ୍ରଣ କରିଥିଲେ । ଜିଲା ସଂସ୍କୃତି ସଂଘ ପକ୍ଷରୁ ଜୀବନବିମା କାର୍ଯ୍ୟାଳୟ ସମ୍ମୁଖରେ ନେତାଜୀ ଜୟନ୍ତୀ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସ ପାଳିତ ହୋଇଛି । ଏଥିରେ ଚନ୍ଦ୍ରମୋହନ ରାଉଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲା ରକ୍ତ ଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଭାଷ୍କର ଚନ୍ଦ୍ର ମିଶ୍ର, ମାନସ ପ୍ରଧାନ, ସମ୍ପାଦକ ମନୋରଂଜନ ଦାସ, ସୁଶାନ୍ତ ପ୍ରଧାନ, ଅନନ୍ତ ଦାସ, ବିପିନ ବିହାରୀ ବିଶ୍ୱାଳ, ଅରୁଣ ବେଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସେହିପରି ଜଳେଶ୍ୱର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅଟୋ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି । ଦିଲ୍ଲିପ ପରିଡାଙ୍କ ସଭାପତିତ୍ୱରେ ସିତାଂଶୁ ସେନାପତି, ଗଣେଶ ପାତ୍ର, ଦିଲ୍ଲିପ ଗିରି, ସୁଧିର ମହାନ୍ତି, ସୁକୁମାର ରଣା, ରିଆଜ ଖାଁ, ସେକ୍ ଜମିରୁଦ୍ଦିନ, ସେକ୍ ମଙ୍ଗଲୁ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଉପାନ୍ତ ନଛିମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ପ୍ରବୀଣ ନେତା ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଛି । ଏଥିରେ ସୁଦାମ ପାତ୍ର, ଗିରିଧାରି ରାଜ, ହରିଶ୍ଚନ୍ଦ୍ର ଜେନା, ନରୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା