ଅସୁରକ୍ଷିତ ବିଦ୍ୟୁତ୍ ଟ୍ରାନ୍ସଫରମର : ନେଲା ମାଙ୍କଡର ଜୀବନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଦ୍ୟୁତ୍ ଡିଭିଜନ ଅନ୍ତର୍ଗତ ମହମ୍ମଦନଗରପାଟଣା ଗାଁରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ସଂସ୍ପର୍ଷରେ ଆସି ଆଜି ଏକ ମାଙ୍କଡର ଜୀବନ ଯାଇଛି । ପ୍ରକାଶଯୋଗ୍ୟ ଟ୍ରାନ୍ସଫରମର ଚାରିପଟେ ତାରଜାଲି ବାଡ ରହିବା ସହିତ ବଣବୋଦା, ଲତା ମାଡିଗଲେ ସେ ଗୁଡିକ ସଫା ହେବା ନିୟମ । କିନ୍ତୁ ବିଭାଗ ପକ୍ଷରୁ ତାହା ହେଉନଥିବାରୁ ଟ୍ରାନ୍ସଫରମର ଗୁଡିକରେ ବାଡ ନାହିଁ କହିଲେ ଚଳେ । ଲତା, ଗୁଳ୍ମ, ଗଛରେ ଆଚ୍ଛାଦିତ ବହୁ ଟ୍ରାନ୍ସଫର । ଫଳରେ ବିଦ୍ୟୁତ୍ ସଂଯୋଗ ସେ ଗୁଡିକ ହେଉଥିବାରୁ ଗୃହପାଳିତ ପଶୁ, ମଣିଷ, ଏପରିକି ବନ୍ୟ ଜିବଜଂତୁ ଆହତ କିମ୍ବା ମୃତ ହେଉଛନ୍ତି । କେତେକ ଟ୍ରାନ୍ସଫରମରରେ ଏବି ସୁଇଚ୍ ନ ଥିବାରୁ କୌଣସି ଘଟଣା କ୍ରମରେ ସ୍ଥାନୀୟ ଲୋକେ କିମ୍ବା କର୍ମଚାରୀ ବିଦ୍ୟୁତ୍ ସଂଯୋଗ କାଟିବାକୁ ଚାହିଁଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁନାହିଁ । ଏବେ ଟାଟା କମ୍ପାନୀ ପକ୍ଷରୁ ଏସବୁର ଦାୟିତ୍ୱ ନିଆଯାଇଥିବାରୁ ମାନବିକତା ଦୃଷ୍ଟିରୁ ମରାମତି ଓ ସୁରକ୍ଷା ଯୋଗାଇ ଦେବାକୁ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା