ଜଳେଶ୍ଵର ବିକାଶ ମହୋତ୍ସବ କମିଟି ପକ୍ଷରୁ ୭୪ ତମ ସ୍ଵାଧୀନତା ଦିବସ ପାଳିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଦେଶରେ ୭୪ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିବା ବେଳେ ଜଳେଶ୍ଵର ବିକାଶ ମହୋତ୍ସବ କମିଟି ତରଫରୁ ଆଜି ଷ୍ଟାଡିୟମ ପଡ଼ିଆ ଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ପାଳନ କରାଯାଇଛି । ଏହି ଅବସରରେ ଜଳେଶ୍ଵର ଅଗ୍ନିଶମ ଅଧିକାରୀ ପ୍ରକାଶ ଚନ୍ଦ୍ର ମୁଦୁଲି ପତକା ଉତ୍ତୋଳନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ ବିପିନ ବିହାରୀ ବିଶ୍ବାଳ ଯୋଗ ଦେଇ ସ୍ଵାଧୀନତା ପାଇଁ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ବ୍ୟର୍ଥ ଯିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ  ବାଲେଶ୍ଵର ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ ଉପସ୍ଥିତ ହୋଇ ବର୍ତ୍ତମାନ ସମୟରେ ସାମାଜିକ ବିକାଶ ପାଇଁ ଜନ ସଚେତନତାର ଆବଶ୍ୟକତା ରହିଅଛି । ସର୍ବୋପରି ଜଳେଶ୍ଵର ଷ୍ଟାଡିୟମର ଉନ୍ନତି ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଦେଇଥିବା ସ୍ଥଳେ ଏହାର ଉନ୍ନତି ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ଵର ବିକାଶ ପରିଷଦ ସମ୍ପାଦକ ମନୋରଞ୍ଜନ ଦାସ, ଜଳେଶ୍ଵର ବ୍ଲକ ଲୋକକଳା ଓ କଳାକାର ପରିଷଦର ସଭାପତି ଚନ୍ଦ୍ର ମୋହନ ରାଉଳ, ଜଳେଶ୍ଵର ଜୀବନ ବୀମା ଉନ୍ନୟନ ଅଧିକାରୀ ଟଙ୍କଧର ମହାପାତ୍ର, ଭାସ୍କର ମହାପାତ୍ର, ଗୋପାଳ କୃଷ୍ଣ ମହାପାତ୍ର, ରୀତାରାଣୀ ଦାସ, ଅଧ୍ୟାପକ ହେମନ୍ତ ଦାସ, ସୁନୀଲ ଗିରି, ଜଳେଶ୍ଵର ମୁନିସିପାଲିଟିର  ସାଂସଦ ପ୍ରତିନିଧି ଫାଲଗୁନୀ  ପାଣିଗ୍ରାହୀ, ସାମ୍ବାଦିକ ଆଶିଷ କୁମାର ଗିରି, ସୁକୁମାର ରଣା, ଅଶ୍ୱନୀ କୁମାର ନାଥ, ସମାଜସେବୀ ଶିବ ଶଙ୍କର ଭଞ୍ଜ ଉପସ୍ଥିତ ହୋଇ ଜଳେଶ୍ଵର ସବଡିଭିଜନ ସ୍ତରୀୟ ପ୍ୟାରେଡ ଓ ଗଠନ ମୂଳକ କାର୍ଯ୍ୟକ୍ରମ ଷ୍ଟାଡିୟମରେ ହେବା ନିହାତି ଜରୁରୀ ବୋଲି ମତ ପ୍ରକାଶ କହିଥିଲେ । ଚନ୍ଦ୍ରମୋହନ ରାଉଳଙ୍କ ଓ ତାଙ୍କ ସାଥି ଜଗଦୀଶ ବେହେରା, ଅଭିମନ୍ୟୁ ରାଉଳ, ଚିତ୍ତ ରଞ୍ଜନ ରାଉଳ, ପ୍ରିୟା ବେହେରା, ତ୍ରିଶା ବେହେରାଙ୍କ ଦ୍ଵାରା ଦେଶାତ୍ମକବୋଧ ଗୀତ ପରିବେଷଣ କରା ଯାଇଥିଲା । ଷ୍ଟାଡିୟମରେ ପ୍ରଥମ ଥର ପାଇଁ ସ୍ଵାଧୀନତା ଦିବସ ପାଳନ ହେଉଥିବାରୁ ସାନ୍ତିଆ ଗ୍ରାମବାସୀ ମାନେ ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ ।  ଦେବଯାନୀ ଅଣ୍ଡିଆ, ସଞ୍ଜୁରାଣୀ ଦାସ, ସସ୍ମିତା ମହାପାତ୍ର, ରଞ୍ଜନ କୁମାର ପାତ୍ର, ପଞ୍ଚାନନ ଅଣ୍ଡିଆ, ତାରକ ପାତ୍ର, ଶ୍ୟାମ ସୁନ୍ଦର ସାହୁ, ସରୋଜ ପାତ୍ର, ଅକ୍ଷୟ କୁମାର ପାତ୍ର, ଅଞ୍ଜନ କୁମାର ଦାସ, ରବୀନ୍ଦ୍ର ପାତ୍ର, ଦୀନବନ୍ଧୁ ଜେନା, ବିପ୍ଳବ ଜେନା, ପରିଚାଳନାରେ ସହଯୋଗ କରିଥିଲେ ଓ କରୋନା ଯୋଦ୍ଧା ଭାବରେ ଜଳେଶ୍ଵର ଆଇସିଦିଏସ ର ମହିଳା ପରିଦର୍ଶିକା ବିନତାମଣି ସିଂ, ଜଳେଶ୍ଵର ଦମକଳ ଅଫିସର ସାମୁହିକ ସେବା ପାଇଁ, ଲୋକକଳା ପାଇଁ ଚନ୍ଦ୍ରମୋହନ ରାଉଳ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ଦେବଯାନୀ ଅଣ୍ଡିଆଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୋଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ଅଧ୍ୟାପକ ଅନନ୍ତ ଦାସ ଧନ୍ୟବାଦ ଅର୍ପଣ  କରି ଥିଲେ । କାର୍ଯ୍ୟକ୍ରମ ଶେଷରେ ଜଳେଶ୍ଵର ଉପ କାରାଗାରକୁ ଯାଇ ଜେଲ ଅଧୀକାରିଣୀ ଅନୁଶୟା ଷଡ଼ଙ୍ଗୀଙ୍କ ସହଯୋଗରେ ମୋଟ ୯୧ ଜଣ ଅନ୍ତେବାସୀଙ୍କୁ ଫଳ ବିତରଣ ସହିତ ଖେଳ ଉପକରଣ ପ୍ରଦାନ କରାଯାଇଥିଲା ।  

ରିପୋର୍ଟ : ଭୂପତି କୁମାର ପରିଡା