ଏସଏମଆଇଟି ଗ୍ରୁପର ବିଭିନ୍ନ ଅନୁଷ୍ଠାନରେ ୭୪ତମ ସ୍ୱାଧୀନତା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ତରଫରୁ ଆଜ ଦେଶର ୭୪ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଂଗୀତ ଗାନ କରାଯାଇ କୋଭିଡ ନିୟମ ପ୍ରକାରେ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶ ସେବାରେ ମନ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ବୃନ୍ଦାବନ ନାୟକ ସ୍ମାରକୀ ଆଇଟିଆଇ ଅଧ୍ୟକ୍ଷ ଇଂ ରାମ ଚନ୍ଦ୍ର ପାତ୍ର, ସାମ୍ବାଦିକ ଓ ଗଣ ଯୋଗଯୋଗ ବିଭାଗ ଅଧ୍ୟକ୍ଷ ଡ଼. ହରିହର ବେହେରା, ଡ଼ ସୋନାଲି ସାହୁ, ପ୍ରଶାସନ ଅଧିକାରୀ ବିନାୟକ ପାତ୍ର, ଅଧ୍ୟାପିକା ମି: ସ୍ମିତା ରାଣୀ ମହାପାତ୍ର,  ତ୍ରିରାଙ୍ଗ ପାଣିଗ୍ରାହୀ, ଅନୀଲ ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ଏହି ଉତ୍ସବରେ ଯୋଗଦାନ କରିଥିଲେ । ସେହିପରି ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ ଚଣ୍ଡୀପଦର ସ୍ଥିତ ଡିଗ୍ରୀ ଇଂଜିନିୟରିଂ କଲେଜ ଓ କିଡ଼ସ ସ୍କୁଲ ପରିସରରେ ମଧ୍ୟ କର୍ମଚାରୀଙ୍କ ଗହଣରେ ପତାକା ଉତ୍ତୋଳନ କରାଯାଇଥିଲା । ଆଙ୍କୁଶପୁର ଠାରେ ଅଧ୍ୟକ୍ଷ ଡ଼. ସୁଧାଂଶୁ ମୋହନ ପାଢ଼ୀ ଡିପ୍ଲୋମା ଇଂଜିନିୟରିଂ, ଏମବିଏ, ପିଜିଆରଏମ, କଲେଜ ଅଫ ଲାଇବ୍ରେରୀ ସାଇନ୍ସ କଲେଜ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅଧ୍ୟକ୍ଷ ଲାଲ ଚନ୍ଦ୍ର ଷଡ଼ଙ୍ଗୀ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ଓ ଏସଏମଆଇଟି ଆଇଟିଆଇ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା