ଜନ ସାଧାରଣ ହିଁ ଦୁର୍ନିତୀ ନିବାରଣ କରିପାରିବେ : ମହାନ୍ ସଂଘ ସଭାପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତ ବର୍ଷରେ ଦୁର୍ନୀତିର ଚେର ଏତେ ଗଭୀର ତଳକୁ ଚାଲିଯାଇଛି ତାର ମୁଲୁତ୍ପାଟନ କରିବା ନିମନ୍ତେ ଜନସାଧାରଣ ଆଗେଇ ଆସିଲେ ହିଁ ଏହା ସଫଳ ହୋଇ ପାରିବ । ଏଣୁ ବିଭିନ୍ନ ସଂଗଠନ, ସମାଜ ସେବୀ ମିଳିମିଶି ଆଗେଇ ଆସି ଜନ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ଆଜି ବ୍ରହ୍ମପୂର୍ ସର୍କିଟ ହାଉସ ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସଂଘ ଓ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ ଟାଉନ୍ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଦୁର୍ନିତୀ ନିବାରଣରେ ସମାଜର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଭୟ ଅନୁଷ୍ଠାନର ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଦୁର୍ନିତୀ ନିବାରଣ ବିଭାଗର ଡିଏସପି ଶରତ ଚନ୍ଦ୍ର ସାହୁ ଯୋଗଦେଇ ଦୁର୍ନିତୀ ନିବାରଣ ବିଭାଗକୁ ଜନସାଧାରଣ ସହୋଜଗ କରିବାକୁ ଆଗେଇ ଆସିବା ଉଚିତ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟର ଦକ୍ଷିଣ ଓଡିଶା ପରିଚାଳକ ଅମ୍ବିକା ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନିତୀ ନିବାରଣ ପାଇଁ ପ୍ରଚେଷ୍ଟା ଆବଶ୍ୟକ, ଏଥି ନିମନ୍ତେ ସବୁ ସ୍ତରରେ ସଂଗ୍ରାମ ଆବଶ୍ୟକ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ଵ ତଥା ସକାଳର ଦକ୍ଷିଣ ଓଡିଶା ପରିଚାଳକ ଡ. ଜଗନ୍ ମୋହନ ମହାପତ୍ର ଯୋଗଦେଇ ଦୁର୍ନୀତି ନିବାରଣରେ ଗଣ ମାଧ୍ୟମର ଭୂମିକା ଗୁରୁତ ପୂର୍ଣ୍ଣ । ପ୍ରତ୍ୟେକ ନାଗରିକ ସଜାଗ ହେଲେ ଦୁର୍ନିତୀ ନିବାରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁଧୀର ସାବତ, ପ୍ରଦୀପ କୁମାର ପଣ୍ଡା, ଡ. ସାଗର ତ୍ରିପାଠୀ, ପି. ବୁଚି ବାବୁ, ଶ୍ରୀମତୀ ସବିତା ସାହୁକାର, ଶ୍ରୀମତୀ ନଳିନୀ ସାହୁ, ବାସୁଦେବ ସାହୁକାର, ପ୍ରଣବ ପଣ୍ଡା, ପ୍ରଭାକର ରାଓ, ସଞ୍ଜୟ ମାଝୀ, ଅମିତା ସାହୁ, ନମିତା ପାତ୍ର, ସିମ।ଞ୍ଚଲ୍ ପାଣିଗ୍ରାହୀ, ପ୍ରକାଶ ବାଜନୀ, ପ୍ରୋମଦ ମହାରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକାରୀ ସଭାପତି ହରି ପ୍ରସାଦ ମାଲନ। ପରିଚାନା କରିଥିବାବେଳେ ରୋଟାରୀ ସମ୍ପାଦକ ସଞ୍ଜୟ ସାବତ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା