ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଛତ୍ରପୁର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) “ରକ୍ତ ଦାନ ମହତ୍ ଦାନ” ବାର୍ତ୍ତା ଉଦ୍ଦେଶ୍ୟରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଛତ୍ରପୁର କଂଗ୍ରେସ ପକ୍ଷରୁ ସାମାଜ ସେବୀ ତଥା ରାଜ୍ୟ ଅନୂସୁଚିତ ଜାତି ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ଆଜି କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଆୟୋଜକ ମାନଙ୍କୁ ପ୍ରସଂଶା କରିଥିଲେ । ଏଥିରେ ୫୦ଜଣ ସ୍ୱେଚ୍ଛାସେବୀ ରକ୍ତ ଦାନ କରି ଏହି ମହତ୍ କାର୍ଯ୍ୟରେ ସାମିଲ୍ ହୋଇଥିଲେ । ଏହି ଶିବିରରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡି, ବରିଷ୍ଠ ଆଇନ୍ ଜୀବୀ ବାବୁ ନାହକ, ଏନ. କୁନା ରେଡ୍ଡି, ଛାତ୍ର ନେତା ମହେଶ କୁମାର ଗୌଡ଼, ରାକେଶ କୁମାର ଆଚାର୍ଯ୍ୟ, ଚକ୍ରପାଣି ପଲାଇ, ପର୍ଶୁରାମ ପରିଡା, ଦୀପକ ରାଉଳ, ସୁବୋଧ ସୁମନ ସ୍ୱାଇଁ, ପବିତ୍ର ସ୍ଵାଇଁ, ମୁନା ଦାସ ପ୍ରମୁଖ ସହଯୋଗ କରିଥିଲେ । ଏହାସହ କାଳିଆ ରାଉଳଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା